Police raid: Brown sugar seized Photograph: (sambad.in)
କୁଜଙ୍ଗ: କୁଜଙ୍ଗ ପୁଲିସ କୁଜଙ୍ଗ ଥାନା ଅଞ୍ଚଳରେ ଚଢ଼ଉ କରି ୧୬.୫୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପ୍ରକାଶ ଯେ, ସୋମବାର ପୂର୍ବାହ୍ନ ସମୟରେ ଚଟୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ସୂଚନା ପାଇଥିଲେ।
କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନା ଏସଆଇ ପାର୍ଥ ପ୍ରକାଶ ଦେବତା ଯାଇଁ ନରେନ୍ଦ୍ରପୁର ଛକରେ ପହଞ୍ଚିଥିଲେ। ତେବେ ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ କୁଜଙ୍ଗ ଅତିରିକ୍ତ ତହସିଲଦାର ବ୍ୟୋମକେଶ ପଣ୍ଡା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ବ୍ରାଉନ ସୁଗାର ଜବତ ସହିତ ଅଭିଯୁକ୍ତଙ୍କଠାରୁ ୧,୭୪,୦୦ ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତ ନରେନ୍ଦ୍ରପୁର ଗ୍ରାମର ବିକାଶ ନାୟକ ଓ ନରେନ୍ଦ୍ରପୁର ଗ୍ରାମରେ ନିଜ ଶ୍ବଶୁର ଘର ନିକଟରେ ଭଡା ଘରେ ରହୁଥିବା ଭଦ୍ରକ ଜିଲ୍ଲା ଧୂଷୁରା ଥାନା ଅଞ୍ଚଳର ପ୍ରକାଶ ଚନ୍ଦ୍ର କୁଆଁରଙ୍କୁ ଗିରଫ କରିଥିବା ଜଣାପଡିଛି। ଏ ନେଇ କୁଜଙ୍ଗ ଥାନାରେ ୩୩୭ ଧାରାରେ ମାମଲା ରୁଜୁ ହୋଇଛି।
ସୋମବାର କୁଜଙ୍ଗ ଥାନାରେ ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏଡ଼ିପିଓ ଚିନ୍ମୟ ରାଉତ, କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ଉପସ୍ଥିତିରେ କୁଜଙ୍ଗ ଅଞ୍ଚଳରେ ଏଵେ ବ୍ରାଉନ ସୁଗାର ବ୍ୟବସାୟ ବୃଦ୍ଧି ପାଉଥିବା କହିବା ସହିତ ପୁଲିସ ଏହାର ମୁଳୋତ୍ପାଟନ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି। ପୁଲିସ ଏବେ ସମଗ୍ର ଥାନା ଅଞ୍ଚଳରେ ଏ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ସେ କହିଛନ୍ତି।
Follow Us