ବୌଦ୍ଧ : ୧୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ରାୟଗଡ଼ା : ୪ କୋଟି ଟଙ୍କାର ଗଞ୍ଜେଇ ଗଛ ସଫା

www.stabroeknews.com

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତିଲପଙ୍ଗା ମୌଜାରେ ଆଜି ବୌଦ୍ଧ ପୁଲିସ, ଅବକାରୀ, ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଚଢ଼ଉ କରି ୯୩.୨୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ। ଦୁର୍ଗମ ଅଞ୍ଚଳରେ ହୋଇଥିବା ଏହି ଗଞ୍ଜେଇ ଚାଷକୁ ପ୍ରତିହତ କରିବାକୁ ନାନା ଯୋଜନା କରାଯାଇଥିଲେ ମଧ୍ୟ କମିବାର ନାଁ ଧରୁନି। କଟର୍‌ ସାହାଯ୍ୟରେ ଗଛଗୁଡ଼ିକୁ କାଟି ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଥିବା ମନମୁଣ୍ଡା ଆଇଆଇସି ଗୋପୀନାଥ ପ୍ରଧାନ ପ୍ରକାଶ କରିଛନ୍ତି। କିଛିଦିନର ବ୍ୟବଧାନ ପରେ ପୁଣି ଗଞ୍ଜେଇ ଗଛ ନଷ୍ଟ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe