ଲଇକେରା: ଲଇକେରା ଥାନା ତିଲେଇମାଲ ପଞ୍ଚାୟତ  କାଙ୍କକୁମର ଜଙ୍ଗଲରେ  ତାସ୍ ପତି ମାଧ୍ୟମରେ ଜୁଆ ଖେଳୁଥିବା ବେଳେ  ଲଇକେରା ପୁଲିସ ମାଡ଼ି ବସିଲା ।

Advertisment

ଲଇକେରା ଥାନା ଅଧିକାରୀ  ଦିଲିପ ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ କାଙ୍କକୁମର ଜଙ୍ଗଲରେ  ଜୁଆ ଖେଳ ହେଉଥିବାର ସୂଚନା ପାଇ ଚଢ଼ାଉ କରିଥିଲେ ।

କାଙ୍କକୁମର ଜଙ୍ଗଲରେ ଜୁଆ ଖେଳ

ତାସ୍ ପତିରେ ଖେଳୁଥିବା ୩ ଜଣ ଜୁଆଡିଙ୍କୁ ମାଡିବସିବା ସହିତ ତାଙ୍କ  ନିକଟରୁ ୬ ହଜାର ୬୩୦ ଟଙ୍କା ଓ ତିନୋଟି ସେଟ ତାସ୍ ପତି ସହ ୬ଟି ମୋଟର ସାଇକେଲ ଜବତ କରିଥିଲେ ।

ଆହୁରି ପଢ଼ନ୍ତୁ:Accident: ଅଟୋ ଓଲଟି ୯ ଜଣ ଆହତ

ଜୁଆଡ଼ିମାନେ ହେଲେ ସମ୍ବଲପୁରଜିଲ୍ଲା ବାମରା ଥାନା ଗୋବିନ୍ଦ ପୁର ଅଞ୍ଚଳର ରଞ୍ଜିତ ପୂର୍ତ୍ତି , ବିକାସ ପ୍ରସାଦ, ବିପ୍ଳବ ସରକାର । ଅନ୍ୟ ଜୁଆଡ଼ିମାନେ  ପୁଲିସକୁ ଦେଖି ଜଙ୍ଗଲ ମଧ୍ୟକୁ ଦଉଡ଼ି ଖସି ଯାଇଥିଲେ ।

ଏନେଇ ଲଇକେରା ଥାନାରେ ଏକ ମାମଲା ରୁଜ୍ଜୁ କରି ଗିରଫ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉରେ ଥାନା ଅଧିକାରୀଙ୍କ ସହିତ ଲଇକେରା ଥାନାର ରାତ୍ରି କାଳୀନ  ପୁଲିସ ପେଟ୍ରୋଲିଂ ଟିମ୍ ସହଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ:Cyber Attack: ସରକାର ମାନିଲେ.. ଦିଲ୍ଲୀ ଏୟାରପୋର୍ଟ ଉପରେ ହୋଇଥିଲା ସାଇବର ଆକ୍ରମଣ

ରିପୋର୍ଟ: ଭରତ ପାତ୍ର