ବଢ଼ିଲା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ପାଇଁ ଅଡୁଆ, ପୁଲିସ ନିଜ ଆଡୁ ରୁଜୁ କଲା ମାମଲା

Advertisment
ବଢ଼ିଲା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ପାଇଁ ଅଡୁଆ, ପୁଲିସ ନିଜ ଆଡୁ ରୁଜୁ କଲା ମାମଲା

ଭୁବନେଶ୍ୱର: ବଢ଼ିଲା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ପାଇଁ ଅଡୁଆ । ଗତକାଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ପାଳନ ସମୟରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ଦେଇଥିବା ବିବାଦୀୟ ବକ୍ତବ୍ୟ ଯୋଗୁଁ ତାଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ। ସେ ବନ୍ଦ ପାଳନ କରୁଥିବା କର୍ମୀଙ୍କୁ ମୋବାଇଲ୍ ଫୋନରେ ‘ପେଟ୍ରୋଲ, ଡିଜେଲ ରେଡି କରିଥ, ବୁଝିଲ କି ନାହିଁ, ଡାଇରେକ୍ସନ ଯିବ,ସବୁ ନିଆଁ ମାରିଦେବ, ପରେ ଦେଖାଯିବ ଯାହା ହେବ..’ ବୋଲି କହୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଦଳୀୟ କର୍ମୀଙ୍କୁ ଏଭଳି ଉସକାଉଥିବା ସମୟର ଭିଡିଓ ଭାଇରାଲ ହେବା ପରେ ପୁଲିସ ନିଜ ଆଡୁ ଶୁକ୍ରବାର ପ୍ରଦୀପ ମାଝିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ପ୍ରଶାସନର ରହସ୍ୟମୟ ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ବନ୍ଦ ପାଳନ ଚାଲିଥିବା ବେଳେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନର ଏକ ଭିଡିଓ ଗତକାଲି ଭାଇରାଲ ହୋଇଥିଲା । ଏଥିରେ ପ୍ରଦୀପ ମାଝୀ ଜଣେ ସମର୍ଥକଙ୍କୁ ଡିଜେଲ ଓ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ କହିବା ସହ ନିର୍ଦ୍ଦେଶ ଆସିଲେ ନିଆଁ ଲଗାଇବାକୁ ପରାମର୍ଶ ଦେଇଥିଲେ ।  ନବରଙ୍ଗପୁର ପୁଲିସ ମାମଲା ରୁଜୁ କରିବା ପରେ ପ୍ରଦୀପ କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତା ଅବରୋଧ କରୁଥିବା ବେଳେ ପୁଲିସ ଆମ ଉପରେ ଆକ୍ରମଣ କଲା‌। ଏଭଳି ସ୍ଥିତିରେ ମୁଁ ଉତକ୍ଷିପ୍ତ ହୋଇ ସେଭଳି କହି ଦେଇଥିଲି।  ଆମେ ବନ୍ଦ ସମୟରେ କୌଣସି କ୍ଷୟକ୍ଷତି କରିନାହୁଁ। କଂଗ୍ରେସ ଅହିଂସାରେ ବିଶ୍ବାସ କରେ ଏବଂ ଆଗକୁ ଆମେ ଅହିଂସା ଆନ୍ଦୋଳନ ଜାରି ରଖିବୁ।

publive-image

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ତରଫରୁ ଗତକାଲି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା । ଘଟଣାକୁ ପାଖାପାଖି ଦୁଇ ସପ୍ତାହ ବିତି ଯାଇଥିଲେ ବି ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସି ନ ଥିବା ଜଣାପଡ଼ିଛି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ ପୁଲିସ ପହଞ୍ଚି ନ ପାରିବା ପୁଲିସ ତଦନ୍ତର ଶିଥିଳତାକୁ ଦର୍ଶାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe