ମାଓବାଦୀ ଅଞ୍ଚଳର ବୁଥ୍‌ ଉପରେ ନଜର

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ, ଡିଜିଙ୍କ ୫ ଜିଲ୍ଲାର ନିର୍ବାଚନ ପରିଚାଳନା ସମୀକ୍ଷା

ମାଓବାଦୀ ଅଞ୍ଚଳର ବୁଥ୍‌ ଉପରେ ନଜର

ସମ୍ବଲପୁର : ନଜରରେ ରହିବ ସମ୍ବଲପୁର, ବରଗଡ଼ ଏବଂ ବଲାଙ୍ଗୀରର ମାଓବାଦୀ ପ୍ରଭାବିତ ଅଞ୍ଚଳର ବୁଥ। ଏଠାରେ ସିଆରପିଏଫ୍‌, ଆଇଆର ବାଟାଲିୟନ ଫୋର୍ସ ମୁତୟନ ଅଛନ୍ତି। ନିର୍ବାଚନ ସମୟରେ ଆବଶ୍ୟକ ପଡ଼ିଲେ ଏଠାରେ ଅତିରିକ୍ତ ଫୋର୍ସ ଦିଆଯିବ। ଏହା କହିଛନ୍ତି ପୁଲିସ ଡିଜି ଆର୍‌ପି ଶର୍ମା।

ନିର୍ବାଚନ ପରିଚାଳନାରେ ପୁଲିସ, ସିଆରପିଏଫ୍‌ ପରିଚାଳନା ରଣନୀତି ନେଇ ଆଜି ସମ୍ବଲପୁର ଡିଆଇଜି କାର୍ଯ୍ୟାଳୟରେ ବୈଠକ ହୋଇଥିଲା। ଏଥିରେ ଡିଜିପିଙ୍କ ସମେତ ଡିଆଇଜି ସତ୍ୟବ୍ରତ ଭୋଇ, ଏସଡିଜି ସୁନୀଲ ରାୟ, ଏଡିଜି ଆରପି କୋଚେ, ଏଡିଜି ସଞ୍ଜୀବ ପଣ୍ଡା, ଏଡିଜି ଘନଶ୍ୟାମ ଉପାଧ୍ୟାୟ, ଏସଆଇ/ଜିଡି ଆର.ଶିଆଲ, ସିଆରପିଏଫର ଭିତୁଲ କୁମାର, ସିଆରପିଏଫ ସେକେଣ୍ଡ କମାଣ୍ଡ ମାଉଲି ମୋହନ କୁମାର, ହେଡକ୍ବାଟର ଜିଡି ଉପେନ୍ଦ୍ର ପ୍ରଧାନ, ସିଆରପିଏଫ ସିଟି/ଜିଡି ଡିଜି ମହାନ୍ତି, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ଜିଲ୍ଲାର ଏସ୍‌ପିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଡିଜିପି କହିଥିଲେ ଯେ, ନିର୍ବାଚନ ପରିଚାଳନା ଏବଂ ମୋବାଇଲ ପାଟ୍ରୋଲିଂ ପାଇଁ ଆବଶ୍ୟକ ଫୋର୍ସ ସମସ୍ତ ଜିଲ୍ଲାକୁ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ଫୋର୍ସ ଦିଆଯିବ। ଏନଫୋର୍ସମେଣ୍ଟ ଡ୍ରାଇଭ୍‌କୁ ଜୋରଦାର କରାଯାଉଛି। ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ହିଁ ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଡିଜି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe