ସୋସିଆଲ ମିଡିଆରେ ସାହାଯ୍ୟ ଯାଚୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ସହ ବିପଦରେ ପଡିଥିଲେ ଏଭଳି ଯୁବକଙ୍କୁ କଲ୍ କରିବା ବଦଳରେ ୧୦୦ ନମ୍ବର ଡାଏଲ କରିବାକୁ ସତର୍କ କରାଇଲା ପୁଲିସ

Advertisment
ସୋସିଆଲ ମିଡିଆରେ ସାହାଯ୍ୟ ଯାଚୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ସହ ବିପଦରେ ପଡିଥିଲେ ଏଭଳି ଯୁବକଙ୍କୁ କଲ୍ କରିବା ବଦଳରେ ୧୦୦ ନମ୍ବର ଡାଏଲ କରିବାକୁ ସତର୍କ କରାଇଲା ପୁଲିସ

feminealpha.wordpress.com

ଭୁବନେଶ୍ୱର : ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ମହିଳା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଝିଅ ବାହାରକୁ ଯାଇଥିଲେ ନ ଫେରିବା ପର୍ଯ୍ୟନ୍ତ ପରିବାର ଲୋକ ଆଶା ଆଶଙ୍କାରେ ରହୁଛନ୍ତି । ଝିଅକୁ ରାତିରେ ବାହାରକୁ କେଉଁଆଡେ ପଠାଇବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ପରିବାର ଲୋକ । ଏହିଭଳି ଦୁଷ୍କର୍ମ ଘଟଣା ପାଇଁ କେତେବେଳେ କିଏ ପୁଲିସକୁ ଦୋଷ ଦେଉଛି ତ ପୁଣି କିଏ ସରକାରକୁ । ଆଉ ଏଭଳି ସମୟରେ କିଛି ଯୁବକଙ୍କର ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ରାଜ୍ୟ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

https://twitter.com/cpbbsrctc/status/1202613493960019969

ସୋସିଆଲ ମିଡିଆରେ ଭାଇରାଲ ହେଉଛି କିଛି ଯୁବକଙ୍କ ସାହାଯ୍ୟ ପୋଷ୍ଟ । “ଘରକୁ ଫେରିବା ବେଳେ ଯେତେବେଳେ କୌଣସି ଅସୁବିଧାରେ ପଡିବ ଭାଇ ଭାବି ମୋତେ ଫୋନ୍ କରିବ । ମୁଁ ସାହାଯ୍ୟ କରିବି । ସମେସ୍ତ ନିଜ ନିଜ ଅଞ୍ଚଳରେ ଏମିତି କରନ୍ତୁ ଯାହା ଫଳରେ କୌଣସି ଯୁବତୀ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।” ଏହିଭଳି ଲେଖା ଥିବା କିଛି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏଥିରେ ଯୁବକମାନେ ନିଜ ମୋବାଇଲ ନମ୍ବର ଦେଇ ସାହାଯ୍ୟର ପ୍ରତିଶ୍ରୁତି ଦେଉଛନ୍ତି । ଯୁବକଙ୍କର ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଂଶସାଯୋଗ୍ୟ । କିନ୍ତୁ ସବୁ ଯୁବକ ଯେ ଭରସାଯୋଗ୍ୟ ତାହା ଭାବିବା ଭୁଲ । ତେଣୁ ଏଭଳି ପୋଷ୍ଟକୁ ନେଇ ସତର୍କ କରାଇଛି କମିସନରେଟ ପୁଲିସ ।

publive-image feminealpha.wordpress.com

ମୋବାଇଲ ନମ୍ବର ଦେଇ ସାହାଯ୍ୟର ହାତ ବଢାଉଥିବା ଯୁବକ ମନରେ ଯେ ସୈତାନ ପ୍ରବୃତ୍ତି ନ ଲୁଚି ରହିଥିବ ତାହା କିଏ କହିବ । ତେଣୁ ଏଭଳି ସୈତାନଙ୍କର ଶିକାର ହେବା ପୂର୍ବରୁ ସତର୍କ କରିଛି ପୁଲିସ । ଏଭଳି ପୋଷ୍ଟ ଉପରେ ଭରସା ନ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି । ବିପଦରେ ପଡିଥିଲେ ଏଭଳି ଯୁବକଙ୍କୁ କଲ୍ କରିବା ବଦଳରେ ୧୦୦ ନମ୍ବର ଡାଏଲ କରିବାକୁ କହିଛି ପୁଲିସ । ଯାହାଦ୍ୱାରା ପୋଲିସ ଆପଣଙ୍କ ନିକଟରେ ପହଞ୍ଚି ସହାୟତା କରିପାରିବ । ତେଣୁ ସୈତାନଙ୍କ ଚକ୍ରବ୍ୟୁହରେ ଫଶିବା ପୂର୍ବରୁ ଯୁବତୀଙ୍କୁ ଚେତାଇ ଦେଇଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe