କଟକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି, ମିଳିଲେଣି ୪୭

Advertisment
କଟକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି, ମିଳିଲେଣି ୪୭

କଟକ: କଟକ ଏସ୍‌ସିବିକୁ ଆଜି ୪୧ଜଣ କରୋନା ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ଆସିଛି। ସେଥିମଧ୍ୟରୁ ଗତକାଲି ଚିହ୍ନଟ ହୋଇଥିବା କଟକର ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କ ନମୁନା ରହିଛି। ଏହି ରୋଗୀଙ୍କ ସଂସ୍ପର୍ଶରେ କେତେଜଣ ଆସିଛନ୍ତି ସେ ସମ୍ପର୍କରେ ଖୋଳତାଡ଼ ଚାଲିଥିବା ବେଳେ ବର୍ତ୍ତମାନସୁଦ୍ଧା ୪୭ଜଣ ପ୍ରଶାସନର ନଜରକୁ ଆସିଥିବା ଜଣାପଡ଼ିଛି। କଟକର କରୋନା ଆକ୍ରାନ୍ତ ଦିଲ୍ଲୀର ନିଜାମୁଦ୍ଦିନ୍‌ରୁ ଫେରିଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି। ମାର୍ଚ୍ଚ ୨୪ ତାରିଖରୁ ସେ କଟକ ଆସିଛନ୍ତି। ଏହି ୮ଦିନ ଭିତରେ ସେ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଯାଞ୍ଚ କରିବା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ, ପୁଲିସ ଓ ସିଏମ୍‌ସି ପକ୍ଷରୁ ମିଳିତ ଭାବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୩ଜଣଙ୍କୁ ଚିହ୍ନଟ କରାଯାଇ ଶନିବାର ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ଅନ୍ୟପଟେ, ଏସ୍‌ସିବିରେ ଖୋଲା ଯାଇଥିବା ସ୍ୱତନ୍ତ୍ର କରୋନା ୱାର୍ଡରେ ଆଜି ୫୦ରୁ ଅଧିକ ଲୋକ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ। ସେହିପରି ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ଆଜି ପାଖାପାଖି ୨୩ଜଣଙ୍କୁ ଭର୍ତ୍ତି କରାଯାଇଛି। କିନ୍ତୁ, ଏସ୍‌ସିବିରେ ଆଉ ଆକ୍ରାନ୍ତଙ୍କୁ ନ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପରେ କରୋନା ପଜିଟିଭ୍‌ ବାହାରୁଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ସିଡିଏ ସେକ୍ଟର୬ରେ ଥିବା ଅଶ୍ବିିନୀ ହସ୍ପିଟାଲ୍‌ର ସ୍ୱତନ୍ତ୍ର କୋଭିଡ-୧୯ ୱାର୍ଡକୁ ସ୍ଥାନାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe