କମ୍ପ୍ୟୁଟର ଦୋକାନରେ ମିଳୁଥିଲା ଗଞ୍ଜେଇ ଓ ଅଫିମ, କଲେଜ ଛାତ୍ରଙ୍କୁ କରାଯାଉଥିଲା ଟାର୍ଗେଟ

Advertisment
କମ୍ପ୍ୟୁଟର ଦୋକାନରେ ମିଳୁଥିଲା ଗଞ୍ଜେଇ ଓ ଅଫିମ, କଲେଜ ଛାତ୍ରଙ୍କୁ କରାଯାଉଥିଲା ଟାର୍ଗେଟ

ଯାଜପୁର: ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମର ଗନ୍ତାଘର | ଏଭଳି ଏକ ଦୋକାନରେ ଗଞ୍ଜେଇ କାରବାର ହେଉଥିବାର ସୂଚନା ପାଇବା ପରେ ଯାଜପୁର ଟାଉନ ଥାନା ପୁଲିସ ଚଢ଼ାଉ କରିଛି | କଲେଜ ନିକଟରେ କମ୍ପ୍ୟୁଟର ଦୋକାନ ଆଳରେ ଏହାରି ଭିତରେ ବେଆଇନ ଅବକାରୀ କାରବାର କରି କଲେଜ ପିଲାଙ୍କୁ ବ୍ୟବସାୟୀ ନିଶାଡି କରାଉଥିଲେ । ହେଲେ ଏଭଳି ଏକ ବ୍ୟବସାୟକୁ ଆଜି ଭଣ୍ଡୁର କରିଛି ଯାଜପୁର ଟାଉନ ଥାନା ପୁଲିସ |

ଆଜି ପୁଲିସ ଦୋକାନରେ ଚଢ଼ାଉ କରି ଗଂଜେଇ ଓ ଅଫିସ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଯାଜପୁର ଟାଉନ ଥାନା ଅଧିନ ଚିତାଳୋ କଲେଜଠାରେ ସ୍ଥାନୀୟ ଝାଡଙ୍ଗା ଅଞ୍ଚଳର ପ୍ରଫୁଲ କୁମାର କରଙ୍କ ପୁଅ ପ୍ରଶାନ୍ତ କୁମାର କର(୩୦) ଏକ କମ୍ପ୍ୟୁଟର ଓ ଗିପ୍ଟ ଦୋକାନ କରିଥିଲେ। କିନ୍ତୁ ଏହି ଆଳରେ ଏହାରି ଭିତରେ ସେ ଗଂଜେଇ ଓ ଅଫିମ ବିକ୍ରି କରୁଥିଲେ।

ଗତକାଲି ରାତିରେ ଟାଉନ ପୁଲିସର ପାଟ୍ରୋଲିଂ ଟିମ ଉକ୍ତ ଅଞ୍ଚଳକୁ ଯାଇଥିବା ବେଳେ ଏସଆଇ ଦିଲିପ କୁମାର କାଣ୍ଡି ଏନେଇ ସୂଚନା ପାଇବା ସହ ଥାନାଧିକାରୀ ଆଶିଷ କୁମାର ସାହୁଙ୍କୁ ସୂଚନା ଦେଇଥିଲେ। ଥାନାଧିକାରୀ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନ ଉପରେ ଚଢ଼ାଉ କରି ଏକ ଧଳା ବ୍ୟାଗରୁ ୧ କେଜି ୬୦୦ ଗ୍ରାମ ଗଂଜେଇ ଓ ଏକ ଜରି ପ୍ୟାକେଟରୁ ୨୦ ଗ୍ରାମର ଅଫିମ ଜବତ କରିଥିଲେ । ପରେ ପୁଲିସ କେସ ନଂ ୩୭୫/୧୯ ଦଫା ୧୮/୨୦(ବି)(ଆଈଆଇ)(ବି)ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଶାନ୍ତ କୁମାର କରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe