୧.୪ କ୍ୱିଣ୍ଟାଲ ଗଞ୍ଜେଇ ସହ ବନ୍ଧୁକ ଜବତ କଲା ପୁଲିସ

Advertisment
୧.୪ କ୍ୱିଣ୍ଟାଲ ଗଞ୍ଜେଇ ସହ ବନ୍ଧୁକ ଜବତ କଲା ପୁଲିସ

କଣ୍ଟାମାଳ: କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ଲବରକାନି ନିକଟ ଜଙ୍ଗଲରୁ ୧ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ସହିତ ଏକ ଦେଶୀ ବନ୍ଧୁକ ଜବତ କରିଛି କଣ୍ଟାମାଳ ପୁଲିସ। ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କଣ୍ଟାମାଳ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଲବରକାନି ନିକଟ ଜଙ୍ଗଲରେ ଚଢ଼ଉ କରିଥିଲା।

ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରହିଥିବା କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe