କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ଅଫିସ୍‌ ‘ସଂପୂର୍ଣ୍ଣା’ରେ ତାଲା ଭାଙ୍ଗି ପଶିଲା ପୁଲିସ, କାର୍‌ ଜବତ

କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ଅଫିସ୍‌ ‘ସଂପୂର୍ଣ୍ଣା’ରେ ତାଲା ଭାଙ୍ଗି ପଶିଲା ପୁଲିସ, କାର୍‌ ଜବତ

ଭୁବନେଶ୍ବର: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ୍‌ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଅଫିସ୍‌ ‘ସଂପୂର୍ଣ୍ଣା’ର ତାଲା ଭାଙ୍ଗି ପଶିଲା ପୁଲିସ। ଅଫିସରେ ଥିବା ସମସ୍ତ କାଗଜ ପତ୍ର ଆସବାବ ପତ୍ର ସବୁ ଯାଞ୍ଚ୍ କରି କରିଛି। ପୁଲିସ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର, ହାର୍ଡଡିସ୍କ ସହିତ ଭିଡିଓ କ୍ୟାମେରାକୁ ଜବତ କରିଛି। ଭୁବନେଶ୍ୱର ଜୋନ୍ ୨ ଏସିପିଙ୍କ ନେତୃତ୍ୱରେ ଭଦ୍ରକ୍‌ ଜିଲ୍ଲା ଚାନ୍ଦବାଲି ପୁଲିସର ୨ ଜଣିଆ ଟିମ୍ ସମେତ କମିସନରେଟ ପୁଲିସ ପହଞ୍ଚି ଅଫିସର ତାଲା ଭାଙ୍ଗି ତନ୍ନ ତନ୍ନ କରି ଯାଞ୍ଚ୍ କରାଯାଇଛି। ତଦନ୍ତ ପ୍ରକ୍ରିୟାରେ କମ୍ପ୍ୟୁଟରର ହାର୍ଡ ଡିସ୍କ, କାଗଜପତ୍ର ଭିଡିଓ କ୍ୟାମେରାକୁ ଜବତ କରି ତଦନ୍ତ ପରିସର ଭୁକ୍ତ କରାଯାଇଛି ଏବଂ ଅଫିସକୁ ସିଲ୍ କରାଯାଇଛି।

ପୁଲିସ ଶର୍ମିଷ୍ଠାଙ୍କ କାରକୁ ମଧ୍ୟ ଜବତ କରିଛି। କୁହାଯାଉଛି ଯେ, ଯେଉଁ କାର୍‌ ଜବତ ହୋଇଛି, ସେଥିରେ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁଙ୍କୁ ଅପହରଣ କରାଯିବା ଠାରୁ ଆରମ୍ଭ କରି ହତ୍ୟା, ମୃତଦେହକୁ ଫିଙ୍ଗିବା ଆଦି କାମରେ ବ୍ୟବହାର କରାଯାଇଥିଲା। ଯଦି ପ୍ରକୃତରେ ଏହି କାର୍‌ ମାଧ୍ୟମରେ ମାନସକୁ ହତ୍ୟା କରାଯାଇଥିଲା, ତା’ହେଲେ ଧୀରେ ଧୀରେ ସବୁ ଘଟଣା ସାମ୍ନାକୁ ଆସିବା ଆଶଙ୍କା ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe