ମିନି ଟ୍ରକ୍‌ରୁ ୨୫୭ କିଲୋ ଚୋରା ଗଞ୍ଜେଇ ଜବତ; ୪ ଗିରଫ

Advertisment
ମିନି ଟ୍ରକ୍‌ରୁ ୨୫୭ କିଲୋ ଚୋରା ଗଞ୍ଜେଇ ଜବତ; ୪ ଗିରଫ

ଜୟପୁର: ଗୁରୁବାର ସନ୍ଧ୍ୟାରେ ଜୟପୁର ସଦର ଥାନା ପୁଲିସ ପାତ୍ରପୁଟ ପୋଲ ନିକଟରେ ଏକ ମିନି ଟ୍ରକ୍‌ରୁ ୨୫୭ କିଲୋ ଚୋରା ଗଞ୍ଜେଇ ଜବତ କରିବା ସହ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ବ୍ୟକ୍ତିମାନେ ହେଲେ, ବୌଦ୍ଧ ଜିଲ୍ଲାର ୩୭ ବର୍ଷିୟ ସ୍ୱାଧୀନ ନାଏକ (ଡ୍ରାଇଭର୍‌), ୨୭ ବର୍ଷିୟ ଅନନ୍ତ ଭୋଇ, ଅନଗୁଳ ଜିଲ୍ଲାର ୩୨ ବର୍ଷିୟ ବଳିଆରଭୁଜ ସାହୁ ଏବଂ ଦେବଗଡ଼ ଜିଲ୍ଲାର ୩୨ ବର୍ଷିୟ ସୁବ୍ରତ କୁମାର ପ୍ରଧାନ।
ଲତାମପୁଟ ଆଡୁ ଜୟପୁର ସହର ମଧ୍ୟକୁ ଏକ ଧଳା ରଙ୍ଗର ଟାଟା ୪୦୭ରେ ଚୋରା ଗଞ୍ଜେଇ ଆସୁଛି ବୋଲି ନଭେମ୍ବର ୧୯ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ ମହାକୁଡ଼ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ।

publive-image
ଉକ୍ତ ସୂଚନା ଆଧାରରେ ମହାକୁଡ଼ ସଦଳବଳ ପାତ୍ରପୁଟ ପୋଲ ନିକଟ ସ୍ଥାନକୁ ଯାଇ ସେ ଗାଡ଼ି ଓ ସେଥିରେ ଥିବା ଚାରିଜଣଙ୍କୁ ଅଟକାଇ ଥିଲେ। ନିୟମ ଅନୁସାରେ, ଜଣେ ଏକ୍ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଏବଂ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ମିନି ଟ୍ରକ୍‌କୁ ତଲାସ କରାଯିବା ପରେ ସେଥିରୁ ୨୫୭ କିଲୋ ଓଜନର ଗଞ୍ଜେଇ ଉଦ୍ଧାର କରାଯାଇଥିଲା।
ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ସହ ରେଜିଷ୍ଟ୍ରେସନ୍‌ ନମ୍ବର ନ ଥିବା ସେ ଧଳାରଙ୍ଗର ୪୦୭ ଟ୍ରକ୍‌, ୫ଟି ମୋବାଇଲ୍‌ ଫୋନ୍‌ ଏବଂ ନଗଦ ୩୮୦୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe