ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: କ୍ରାଇମବ୍ରାଞ୍ଚର ଚଢ଼ଉ, ୩ ଅଭିଯୁକ୍ତ ଗିରଫ

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି)ର ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ କ୍ରାଇମବ୍ରାଞ୍ଚ ବଡ଼ ଧରଣର ଚଢ଼ଉ କରିଛି। ଦଶପଲ୍ଲା-ବୌଦ୍ଧ ସୀମାନ୍ତର ଚଢ଼େୟାପଲ୍ଲୀ ଫାର୍ମହାଉସରେ କ୍ରାଇମବ୍ରାଞ୍ଚ ଏହି ଚଢ଼ଉ କରିଛି।

crime branch

କଟକ: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି)ର ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ କ୍ରାଇମବ୍ରାଞ୍ଚ ବଡ଼ ଧରଣର ଚଢ଼ଉ କରିଛି। ଦଶପଲ୍ଲା-ବୌଦ୍ଧ ସୀମାନ୍ତର ଚଢ଼େୟାପଲ୍ଲୀ ଫାର୍ମହାଉସରେ କ୍ରାଇମବ୍ରାଞ୍ଚ ଏହି ଚଢ଼ଉ କରିଛି। ବାଇଶିପଲ୍ଲୀ ବନ୍ୟଜନ୍ତୁ ଅଭୟାରଣ୍ୟରେ ଥିବା ଏହି ଫାର୍ମହାଉସ୍‌ରେ ଲୁଚିଥିବା କାର୍ପଟଦାର ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା ଓ ସୁକାନ୍ତ ମହାରଣାକୁ ଗିରଫ କରାଯାଇଛି।

ଧରାପଡ଼ିଲେ ମୁନା ମହାନ୍ତି, ସୁକାନ୍ତ, ଶ୍ରୀକାନ୍ତ

ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ଓ ତାର ଖାସ୍ ସହଯୋଗୀ କଟକ ଜିଲ୍ଲା ବାଙ୍କୀ କଳାପଥର ଅଞ୍ଚଳର ମୁନା ମହାନ୍ତି ବିରୋଧରେ କ୍ରାଇମବ୍ରାଞ୍ଚ ଲୁକ୍ଆଉଟ୍‌ ସର୍କୁଲାର ଜାରି କରିଥିଲା। ଏହାରି ଭିତରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ଦୀପ୍ତିମୟୀ ସାହୁ, ଶ୍ରୀକାନ୍ତ ମହାରଣା ଓ ଶ୍ରୀକାନ୍ତର ଭାଇ ସୁକାନ୍ତ ମହାରଣା ଓରଫ ରିଙ୍କୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ମୁନା ସମେତ ଅନ୍ୟତମ ଦଲାଲ କୁହାଯାଉଥିବା ଶ୍ରୀକାନ୍ତ ଓ ସୁକାନ୍ତ ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅଞ୍ଚଳରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଫାର୍ମହାଉସରେ ଲୁଚିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ ଖବର ପାଇଥିଲା। ଏହି ସୂଚନା ଆଧାରରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ସେଠାରେ ଚଢ଼ଉ କରିଥିଲା। ଅନ୍ୟପଟେ ଯେଉଁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି, ସେମାନଙ୍କ ନିକଟରୁ ୧୧ କୋଟି ୪୦ ଲକ୍ଷ ଟଙ୍କା ଅଗ୍ରୀମ ମୁନା ମାଧ୍ୟମରେ ଶଙ୍କର ନିକଟକୁ ଯାଇଛି। ତେବେ ଏହି ଟଙ୍କାରେ ମୁନା ଗଲା ଦୁର୍ଗାପୂଜାରେ ଏକ ଥର୍ ଗାଡ଼ି କିଣିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି।

ପୁଲିସ ଡିଜି ଵାଇ.ବି. ଖୁରାନିଆ କହିଛନ୍ତି ଯେ ପୁଲିସ ଏସ୍‌ଆଇ ପରୀକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲା ପୁଲିସ, ସ୍ପେସାଲବ୍ରାଞ୍ଚ, କ୍ରାଇମବ୍ରାଞ୍ଚକୁ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଭଳି ଏହି ପରୀକ୍ଷାରେ କିଛି ତ୍ରୁଟି ରହିବ ନାହିଁ, ସେ ନେଇ ନଜର ରଖାଯାଇଥିଲା। ସେଥିପାଇଁ ପରୀକ୍ଷା ପୂର୍ବରୁ ଯେଉଁମାନଙ୍କ ସମ୍ପୃକ୍ତି ଥିଲା ସେମାନଙ୍କୁ ଧରାଯାଇଛି। ଏବେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।

ଭିଜିଲାନ୍ସ କୋର୍ଟକୁ ଗଲା ମାମଲା, ୧୧୩ ଅଭିଯୁକ୍ତଙ୍କ ଜାମିନ ଆବେଦନ, ୨୩ରେ ଶୁଣାଣି

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା ଆଜି ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍‌ କୋର୍ଟରୁ ଭିଜିଲାନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୧୧୩ ଜଣ ଏ ଭିତରେ ଜାମିନ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ଥିଲା। ଜିଲ୍ଲା ଦୌରାଜଜ୍ ଏହାକୁ ଭିଜିଲାନ୍ସ କୋର୍ଟକୁ ସ୍ଥାନାନ୍ତର କରିବା ପରେ ସେଠାରେ ଶୁଣାଣି ହୋଇଥିଲା। ତେବେ କ୍ରାଇମବ୍ରାଞ୍ଚ ମାମଲାର କେସ୍‌ ଡାଏରି ଓ ଅନ୍ୟ ଦସ୍ତାବିଜ ଦାଖଲ କରି ନଥିବାରୁ ଶୁଣାଣି ହୋଇପାରି ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି। ତେଣୁ ୨୩ ତାରିଖ ସୁଦ୍ଧା କେସ୍‌ ଡାଏରି ଓ ଅନ୍ୟ ପ୍ରମାଣପତ୍ର ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ନେଇ ପବ୍ଲିକ୍‌ ପ୍ରସିକ୍ୟୁଟର ବିଶ୍ବଜିତ ବରାଳ ସୂଚନା ଦେଇଛନ୍ତି।

୧୧୩ ଅଭିଯୁକ୍ତଙ୍କ ଜାମିନ ଆବେଦନ, ୨୩ରେ ଶୁଣାଣି
କେସ୍‌ ଡାଏରି ଦାଖଲ ନିର୍ଦ୍ଦେଶ 

ଏହି ମାମଲାରେ ଏଯାବତ୍‌ ୧୧୯ ଜଣ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାର‌ର ବିଚାର ବିଭାଗୀୟ ହାଜତରେ ଅଛନ୍ତି। ୧୧୪ ପରୀକ୍ଷାର୍ଥୀଙ୍କ ସ‌ମେତ ୩ ଜଣ ଦଲାଲଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଥିଲା। ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଉ ୨ ଜଣ ଦଲାଲ ଅରବିନ୍ଦ ଦାସ ଓ ବିଶ୍ବରଞ୍ଜନ ବେହେରାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଅନ୍ୟପଟେ ଏହି ମାମଲାରେ ଗତକାଲି ୫ ଜଣ ହାଇକୋର୍ଟରେ ଆଗୁଆ ଜାମିନ କରିଥିଲେ। ମାମଲାର କିଙ୍ଗପିନ୍‌ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ସମେତ ଦିପ୍ତୀମୟୀ ସାହୁ, ଶ୍ରୀକାନ୍ତ ମହାରଣା ଓ ସୁକାନ୍ତ ମହାରଣା ଆଗୁଆ ଜାମିନ ଆବେଦନ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe