CBI in Berhampur: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ: ବ୍ରହ୍ମପୁରରେ ସିବିଆଇ, ୩ ଅଭିଯୁକ୍ତଙ୍କ ଜାମିନ ଖାରଜ, ଜଣେ ଓହରିଗଲେ

ବହୁଚର୍ଚ୍ଚିତ ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ସିବିଆଇ ଆକ୍ସନ୍‌ ମୋଡ୍‌କୁ ଆସିଛି। ଆଜି ବ୍ରହ୍ମପୁରରେ ପହଞ୍ଚି ସିବିଆଇ ପ୍ରଥମ ପଦକ୍ଷେପ ସ୍ବରୂପ ବ୍ରହ୍ମପୁର କୋର୍ଟରୁ ଭୁବନେଶ୍ବର ସିବିଆଇ କୋର୍ଟକୁ ମାମଲା ସ୍ଥାନାନ୍ତର ଲାଗି ଆବେଦନ କରିବା ସହ ୪ ମୁଖ୍ୟ....

CBI

CBI Team At Berhampur Photograph: (SAMBAD.IN)

ବ୍ରହ୍ମପୁର: ବହୁଚର୍ଚ୍ଚିତ ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ସିବିଆଇ ଆକ୍ସନ୍‌ ମୋଡ୍‌କୁ ଆସିଛି। ଆଜି ବ୍ରହ୍ମପୁରରେ ପହଞ୍ଚି ସିବିଆଇ ପ୍ରଥମ ପଦକ୍ଷେପ ସ୍ବରୂପ ବ୍ରହ୍ମପୁର କୋର୍ଟରୁ ଭୁବନେଶ୍ବର ସିବିଆଇ କୋର୍ଟକୁ ମାମଲା ସ୍ଥାନାନ୍ତର ଲାଗି ଆବେଦନ କରିବା ସହ ୪ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନକୁ କଡ଼ା ବି‌ରୋଧ କରିଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ୪ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ। କିଙ୍ଗପିନ୍‌ ଶଙ୍କର ପୃଷ୍ଟି, ସୁରେଶ ନାୟକ,  ଅରବିନ୍ଦ ଦାସ ଓ ସାଗର ଗୌଡ଼ଙ୍କ ଜାମିନ ଆଜି ଶୁଣାଣି ଥିଲା। ସିବିଆଇ ମାମଲା ନେଇ ସାରିଥିବାରୁ ଏହି ଜାମିନ ଉପରେ ସମସ୍ତଙ୍କର ନଜର ରହିଥିଲା। ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସିବିଆଇର ତଦନ୍ତକାରୀ ଅଧିକାରୀ ବି.ସାମଲ ଓ ସିବିଆଇ ଓକିଲ ଏ.କୁମାର କୋର୍ଟରେ ପହଞ୍ଚିଥିଲେ। ତାଙ୍କ ସହ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ସ୍ବର୍ଣ୍ଣପ୍ରଭା ଶତପଥୀ ଉପସ୍ଥିତ ଥିଲେ। ସ୍ବତନ୍ତ୍ର ବିଚାରପତି (ଭିଜିଲାନ୍ସ) ଜ୍ଞାନେନ୍ଦ୍ର କୁମାର ବାରିକଙ୍କ କୋର୍ଟରେ ସିବିଆଇ ଏହି ୪ ଅଭିଯୁକ୍ତଙ୍କ ଜାମିନକୁ କଡ଼ା ବିରୋଧ କରିଥିଲା। ଅଭିଯୁକ୍ତମାନେ ବାହାରକୁ ଆସିଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା, ପ୍ରମାଣ ନଷ୍ଟ କରିବାର ସମ୍ଭାବନା ରହିଥିବା ଦର୍ଶାଇଥିଲା।
୩ ଅଭିଯୁକ୍ତଙ୍କ ଜାମିନ ଖାରଜ, ଜଣେ ଓହରିଗଲେ
ଭୁବନେଶ୍ବରକୁ ମାମଲା ସ୍ଥାନାନ୍ତର ଲାଗି ଆବେଦନ

sfhfhshffhfh

ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏହାକୁ ନେଇ ଜବାବ ସୁଆଲ ହେବା ପରେ ଅଦାଲତ ଅଭିଯୁକ୍ତ ଶଙ୍କର, ସୁରେଶ ଓ ସାଗରଙ୍କ ଜାମିନ ଖାରଜ କରି ଦେଇଥିଲେ। ଅରବିନ୍ଦଙ୍କ ଓକିଲ ଜାମିନ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ। ଜାମିନ ଶୁଣାଣି ପରେ ସିବିଆଇ ଟିମ୍‌ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ପହଞ୍ଚି ସିବିଆଇର ସ୍ବତନ୍ତ୍ର ଅଦାଲତକୁ ଏହି ମାମଲା ସ୍ଥାନାନ୍ତର ଲାଗି ପିଟିସନ୍‌ ଦାୟର କରିଥିଲା। ମାମଲାରେ ବହୁ ଲୋକଙ୍କ ସମ୍ପୃକ୍ତି ସନ୍ଦେହ‌ରେ ଥିବାରୁ ଓ ଅଭିଯୁକ୍ତମାନଙ୍କୁ ବାରମ୍ବାର ରିମାଣ୍ଡ୍‌ ଓ ହାଜର କରାଇବାରେ ସମୟ ଅପଚୟକୁ ଦୃଷ୍ଟିରେ ରଖି ମାମଲା ସ୍ଥାନାନ୍ତର ଲାଗି ସିବିଆଇ ଆବେଦନ କରିଛି। 
ସୂଚନାଯୋଗ୍ୟ, ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ପୁଲିସ ୧୧୪ ଆଶାୟୀଙ୍କ ସହ ୩ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ପର୍ଯ୍ୟାୟରେ ଅରବିନ୍ଦ ଦାସ, ବିଶ୍ବରଂଜନ ବେହେରା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଶଙ୍କର ପୃଷ୍ଟି, ସୁ‌ରେଶ ନାୟକ ଓ ସାଗର ଗୌଡ଼ଙ୍କୁ ଗିରଫ କରିଥିଲା। ଗିରଫ ୧୨୬ ଜଣଙ୍କ ମଧ୍ୟରୁ ୧୧୪ ଆଶାୟୀଙ୍କୁ ଜାମିନ ମିଳିସାରିଛି। ଏବେ ଜେଲ୍‌ରେ ୧୨ ଅଭିଯୁକ୍ତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe