ଲାଞ୍ଚ ଟଙ୍କା ନେବା ଆଗରୁ ପୁଲିସ ବାବୁ ଚମ୍ପଟ

Advertisment

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାର ଗ୍ରାମରକ୍ଷୀ ଶ୍ରୀମୁଖ ବାଗ (୫୫) ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ତେବେ ଲାଞ୍ଚ ନେବା ପୂର୍ବରୁ କୌଶଳ କ୍ରମେ ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ (୩୬) ଫେରାର୍ ହୋଇଯାଇଛନ୍ତି।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାର ଗ୍ରାମରକ୍ଷୀ ଶ୍ରୀମୁଖ ବାଗ (୫୫) ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ତେବେ ଲାଞ୍ଚ ନେବା ପୂର୍ବରୁ କୌଶଳ କ୍ରମେ ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ (୩୬) ଫେରାର୍ ହୋଇଯାଇଛନ୍ତି।

ssss

ଭବାନୀପାଟଣା/ ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାର ଗ୍ରାମରକ୍ଷୀ ଶ୍ରୀମୁଖ ବାଗ (୫୫) ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ତେବେ ଲାଞ୍ଚ ନେବା ପୂର୍ବରୁ କୌଶଳ କ୍ରମେ ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ (୩୬) ଫେରାର୍ ହୋଇଯାଇଛନ୍ତି। ସୂଚନା ଅନୁସାରେ, ଗୋଇରାପଦର ଗାଁର ପ୍ରଭାକର ପୂଝାରୀ ଓ ଡକରେଶ୍ବର ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଗତ ୨୩ ତାରିଖରେ ଡକରେଶ୍ବରଙ୍କ ନାଁରେ ପ୍ରଭାକର ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଏକ ମାମଲା ରୁଜୁ କରିଥିଲେ। ତେବେ ମାମଲାକୁ ରଫାଦଫା କରିବା ପାଇଁ ପ୍ରଭାକରଙ୍କୁ ଏଏସ୍‌ଆଇ ଶ୍ରୀ ଖେମୁଣ୍ଡୁ ସାଢ଼େ ୩ ହଜାର ଲାଞ୍ଚ ମାଗିଥିଲେ। ଏହି ଟଙ୍କା କୁଲିହାରି ଗ୍ରାମର ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଦେବା ପାଇଁ କହିଥିଲେ।

ଗ୍ରାମରକ୍ଷୀ କୋର୍ଟ ଚାଲାଣ, ଏଏସ୍‌ଆଇଙ୍କ ଗାଁ ଓ କ୍ବାର୍ଟର୍ସରେ ଚଢ଼ଉ

ଏ ବାବଦରେ ପ୍ରଭାକର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ରାସାୟନିକ ବୋଳା ଟଙ୍କା ନେଇ ଗୁରୁବାର ରାତି ପ୍ରାୟ ୧୧ଟାରେ ପ୍ରଭାକର ଜୁନାଗଡ଼ ଥାନାକୁ ଯାଇଥିଲେ। ତେବେ କୌଣସି ସୂତ୍ରରୁ ଏହି ଖବର ପାଇ ଏଏସ୍‌ଆଇ ମୁକୁନ୍ଦ ଥାନାରୁ ଚମ୍ପଟ ମାରିଥିଲେ। ଗ୍ରାମରକ୍ଷୀ ଏହି ଟଙ୍କା ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲେ। ଶୁକ୍ରବାର ଦିନତମାମ ଜେରା ପରେ ସନ୍ଧ୍ୟାରେ ଭିଜିଲାନ୍ସ ପକ୍ଷରୁ ଗ୍ରାମରକ୍ଷୀ ଶ୍ରୀମୁଖଙ୍କୁ କୋର୍ଟ ଚାଲାଣ କରାଯାଇଛି।  ଜୁନାଗଡ଼ ଥାନା, ଏଏସ୍‌ଆଇଙ୍କ ସରକାରୀ ବାସଭବନ ଓ କୋରାପୁଟ ଜିଲ୍ଲା ପାଡ଼ୁଆ ଗାଁର ପୈତୃକ ଘରେ ଚଢ଼ଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe