ଥା‌ନାରେ ପୁଲିସର ନାଗିନ ଗ୍ରୁପ୍ ଡ୍ୟାନ୍ସ, ଏଏସ୍‌ଆଇ ସଂଜୟ ଦାସ ନିଲମ୍ବିତ

Advertisment

ଅଧିକାରୀ, ପୁରୁଷ ମହିଳା କର୍ମଚାରୀ ହୋଲିରେ ଝୁମିଲେ

ଅଧିକାରୀ, ପୁରୁଷ ମହିଳା କର୍ମଚାରୀ ହୋଲିରେ ଝୁମିଲେ

ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

ଯାଜପୁର/ପାଣିକୋଇଲି: ଯାଜପୁର ଜିଲ୍ଲାର କେତେକ ଥାନା ଓ ଫାଣ୍ଡିର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିଶୃଙ୍ଖଳିିତ ଆଚରଣ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ପାଣିକୋଇଲି ଥାନା ପରିସରରେ ଅଧିକାରୀ ଓ କର୍ମଚାରୀଙ୍କର ମତୁଆଲା ନାଗିନ୍ ଗ୍ରୁଫ୍ ଡ୍ୟାନ୍ ସମସ୍ତ ଶୃଙ୍ଖଳା ସୀମାକୁ ଟପିଯାଇଛି। ହୋଲିରେ ପାଣିକୋଇଲି ଥାନାଧିକାରୀ ସମେତ ଅନ୍ୟ ଅଧିକାରୀ, ହୋମଗାର୍ଡ ପୁରୁଷ ଓ ମହିଳା କର୍ମଚାରୀ ପୁଲିସ ପୋଷାକରେ ମତୁଆଲା ନାଚ ନାଚିନାଚି ଭିଡ଼ିଓ ଭାଇରାଲ କରିବା ପରେ ତାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ଯାହାର ତଦନ୍ତ ପାଇଁ ଏସପି ରାହୁଲ ପିଆର ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତ ପରେ ଏଏସ୍‌ଆଇ ସଂଜୟ ଦାସଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଯୋଗ୍ୟ କିଛି ଦିନ ହେଲାରେ ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଅଧିକାରୀ ଓ କର୍ମଚାରୀମାନଙ୍କର କାର୍ଯ୍ୟକଳାପ ପୁଲିସ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ନିକଟରେ ଜାରକା ପାଣ୍ଡିର ୪ଜଣ କର୍ମଚାରୀ ମଦ୍ୟ ପାନ କରିଥିବା ବେଳେ ଏସପି ରାହୁଲ ପିଆରଙ୍କ ଦ୍ବାରା ଧରାପଡ଼ି ନିଲମ୍ବିତ ହେଇଥିଲେ। ସେହିପରି ବାଲିଚନ୍ଦ୍ରପୁର ଥାନା ପୁଲିସ ଫୋର୍ସ ଉପସ୍ଥିତିରେ ଭରତପୁର ମତାମତ ମଠପୋଲ ନିକଟରେ ଦୁଇ ଦୁଇଟି ଭ୍ୟାନକୁ ଗୋଷ୍ଠୀ ସଂଘ‌ର୍ଷରେ ପୋଡ଼ି ଦିଆଗଲା। ସେଠାରେ ଉପସ୍ଥିତି ପୁଲିସ ଅଧିକାରୀ ନିରବ ରହିଲେ। ଫଳରେ ଏସଆଇ ମନୋଜ ପଣ୍ଡାଙ୍କୁ ଏସପି ନିକଟରେ ନିଲମ୍ବିତ କରିଛନ୍ତି। ସେହିପରି ଦଶରଥପୁରର ଝୁମ୍ପୁରି ବିଟ୍ ହାଉସର ଏଏସଆଇ ବିଜୟ କୁମାର ସ୍ବାଇଁ ଜଣେ ମହିଳାଙ୍କୁ ଅସଦ ବ୍ୟବହାର କରିବାରୁ ଗତକାଲି ନିଲମ୍ବନ କରାଯାଇଛି। ପାଣି‌କୋଇଲି ଥାନାଧିକାରୀ ସମେତ ଅନ୍ୟ ଅଧିକାରୀ, କର୍ମଚାରୀ, ହୋମଗାର୍ଡ ପୁରୁଷ ଓ ମହିଳା ପୁଲିସ ପୋଷାକରେ ଯେପରି ରଙ୍ଗ ବୋଳି ହୋଇ ନାଗିନ ଡ଼୍ୟାନସ ଭାଇନାଲ ହେବା ପରେ ଯାଜପୁର ପୁଲିସର ବିଶୃଙ୍ଖଳିତ ଆଚରଣ ନେଇ ପ୍ରଶ୍ନ ଉଠିଛି। ଯାହାର ତଦନ୍ତ ପାଇଁ ଏସପି ରାହୁଲ ପିଆର ନିିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ବିଷ୍ଣୁ ଚରଣ ସାହୁ କହିଛନ୍ତି ପୁଲିସ ପୋଷାକରେ ଥିବା ବେଳେ ଆଇନ୍ ଶୃଙ୍ଖଳା ରକ୍ଷା କରିବା ମୁଖ୍ୟ ଦାୟିତ୍ବ। ପୁଲିସ ପୋଷାକ ପରିଧାନ କରି ମଜାମସ୍ତି କରିପାରିବେ ନାହିଁ। ଏହା କଲେ ତାହା ଓଡ଼ିଶା ପୁଲିସ ରୁଲ୍ ର ଉଲ୍ଲଂଘନ କରିବ। ତେଣୁ ଏହା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe