ଆନ୍ଦୋଳନକାରୀଙ୍କ ପ୍ରତି କୋହଳ ହେଲା ପୁଲିସ

Advertisment

୪ ଦିନ ହେବ ଜଙ୍ଗଲରେ ବୁଲୁଛନ୍ତି ଢିଙ୍କିଆବାସୀ, ‘ଗିରଫଦାରୀ ହେବନି, ଗାଁକୁ ଫେରିଆସ’: ଏସ୍‌ପି

୪ ଦିନ ହେବ ଜଙ୍ଗଲରେ ବୁଲୁଛନ୍ତି ଢିଙ୍କିଆବାସୀ, ‘ଗିରଫଦାରୀ ହେବନି, ଗାଁକୁ ଫେରିଆସ’: ଏସ୍‌ପି

ଢିଙ୍କିଆରେ ପୁଲିସର ପୁଣି ଗିରଫଦାରୀ, ପୁଲିସକୁ ଆକ୍ରମଣ ମାମଲାରେ ୪ ଗିରଫ

ଜଗତସିଂହପୁର : ଜଗତ୍‌ସିଂହପୁରର ଢିଙ୍କିଆରେ ଏବେ ବି ପୁଲିସର ଭୟ। ଆନ୍ଦୋଳନକାରୀମାନେ ଘରକୁ ଫେରିପାରୁ ନାହାନ୍ତି। ୪ ଦିନ ହେଲା ବଣ ଜଙ୍ଗଲ, ଯିଏ ଯେଉଁଠି ପାଇଛି ଲୁଚି ରହିଛନ୍ତି। ଏହିଭଳି ଏକ ପରିସ୍ଥିତିରେ ଫେରାର୍‌ ଥିବା ଏହି ଆନ୍ଦୋଳନକାରୀଙ୍କ ପ୍ରତି କୋହଳ ହୋଇଛନ୍ତି ଜଗତସିଂହପୁର ପୁଲିସ ପ୍ରଶାସନ। ଆଜି ଏସ୍‌ପି ଏସ୍‌.ପି ଅଖିଳେଶ୍ବର ସିଂ ଢିଙ୍କିଆରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଉ ଗିରଫଦାରୀ ହେବ ନାହିଁ, ଗାଁକୁ ଫେରି ଆସ ବୋଲି ନିବେଦନ କରିଛନ୍ତି ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୁରକ୍ଷାର ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।

publive-image

ଢିଙ୍କିଆରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଏବେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଜୋରଦାର ରାଜନୀତି ଆରମ୍ଭ କରିଦେଇଛନ୍ତି। ଏହିକାରଣରୁ ପୁଣିଥରେ ମାହୋଲ୍‌ ବିଗିଡ଼ିଯିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏସ୍‌ପି ଶ୍ରୀ ସିଂ ଆଜି ଢିଙ୍କିଆବାସୀ ଏକାଠି ହେଉଥିବା ‘ଫୁଲଖାଇ ମନ୍ଦିର’ ନିକଟରେ ଲୋକମାନଙ୍କୁ ଡକାଇ ଆଲୋଚନା କରିଥିଲେ। ଯେଉଁ ଆନ୍ଦୋଳନକାରୀମାନେ ଗିରଫଦାରୀ ଭୟରେ ବିଭିନ୍ନ ଆଡ଼େ ଲୁଚିଛନ୍ତି, ଗାଁକୁ ଫେରି ଆସିବା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କ ଜରିଆରେ ବାର୍ତ୍ତା ଦେଇଥିଲେ। ଏଥିସହିତ ଏସ୍‌ପି ଶ୍ରୀ କହିଥିଲେ, ଆଉ ଗିରଫଦାରୀ ହେବନାହିଁ। ଯାହା ବି ସମସ୍ୟା ରହିଛି ଜିଲ୍ଲା ପ୍ରଶାସନ ସହ ଶାନ୍ତିର ବାତାବରଣ ସହ ଆଲୋଚନା କରାଯିବ। ଏଣୁ ପୁଲିସକୁ ତିଳେ ମାତ୍ର ଭୟ ନ କରିବାକୁ ‌ସେ ଭରସା ଦେଇଥିଲେ। ଆହୁରି ମଧ୍ୟ ଗାଁରେ ଥିବା ପୁଲିସର ୩ଟି କ୍ୟାମ୍ପକୁ ଉଠାଇ ନିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ଆନ୍ଦୋଳନକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ମାମଲାକୁ ଥଣ୍ଡା କରିବାକୁ ପୁଲିସ ପ୍ରଶାସନ ଏହି ପ୍ରୟାସ ଆରମ୍ଭ କରିଛି।

publive-image

ତେବେ, ପୂର୍ବରୁ ଆନ୍ଦୋଳନକାରୀମାନଙ୍କୁ ଯେତେ‌ଥର ଆଲୋଚନା ପାଇଁ ଡକାଯାଇଛି, ସେମାନେ ତାହା ଗ୍ରହଣ କରିନାହାନ୍ତି। ଓଲଟା ସେମାନେ ଅଧିକାରୀମାନଙ୍କୁ ଗାଁ ଭିତରକୁ ପୂରାଇ ନ ଦେବା ପାଇଁ ଫାଟକ ତିଆରି କରିଥିଲେ। ବର୍ତ୍ତମାନ ସେମାନଙ୍କ ନିକଟକୁ ପହଞ୍ଚିବାକୁ ଏକ ସୁଯୋଗ ସୃଷ୍ଟି ହୋଇଥିବାରୁ ଏସ୍‌ପି ସେଠାରେ ପହଞ୍ଚି ଆନ୍ଦୋଳକାରୀମାନଙ୍କୁ ବୁଝାଇବାକୁ ପ୍ରୟାସ କରିଛନ୍ତି। ଯଦି ଏସ୍‌ପିଙ୍କ ଏହି ପଦକ୍ଷେପ ସଫଳ ହୁଏ, ତେବେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।

ତେବେ, ଏସ୍‌ପିଙ୍କ କଥାକୁ ଭରସା କରି ଆନ୍ଦୋଳନକାରୀମାନେ ସତରେ ଗାଁକୁ ଫେରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe