ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ବିପୁଳ ଟଙ୍କା ସହ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ବିପୁଳ ଟଙ୍କା ସହ ଧରାପଡ଼ିଲେ

ବାଲେଶ୍ବର: ଆଜି ସଂଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଟୋଲ ଗେଟ୍‌ ନିକଟରୁ ଜଣେ ପୁଲିସ୍‌ ଇନ୍ସପେକ୍ଟରଙ୍କୁ ବିପୁଳ ଟଙ୍କା ସହ ଧରିଛି ବାଲେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌। ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ନାଁ ଅମିତ୍‌ ବିଶ୍ବାଳ। ସେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନାରେ ଆଇଆଇସି ଅଛନ୍ତି। ମିଳିଥିବା ଖବରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ଆଇଆଇସି ଶ୍ରୀ ବିଶ୍ବାଳ ଏକ ନୀଳ ରଂଗର ହୁଣ୍ଡାଇ ଆଇ-୨୦(ଓଡି-୦୨ଏୟୁ-୦୧୮୧) ଗାଡ଼ିରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନାରୁ ବାଲେଶ୍ବର ଅଭିମୁଖେ ଆସୁଥିବା ବେଳେ ସାଙ୍ଗରେ ବିପୁଳ ପରିମାଣର ଟଙ୍କା ଥିବା ଭଦ୍ରକ ଭିଜିଲାନ୍ସ କାର୍ଯ୍ୟାଳୟକୁ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ଯାଇଥିଲା। ଏହାପରେ ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦେଶରେ ଏକ ଟିମ୍‌ ଇନ୍ସପେକ୍ଟର ଶ୍ରୀ ବିଶ୍ବାଳଙ୍କୁ ଶେରଗଡ଼ ଟୋଲଗେଟ୍‌ ନିକଟରେ ଅଟକାଇ ଯାଞ୍ଚ୍‌ କରିଥିଲେ। ଯାଞ୍ଚ୍‌ ବେଳେ ତାଙ୍କଠାରୁ ୭୩ ହଜାର ୫୦୦ ଟଙ୍କା ବାହାରିଥିଲା। ମାତ୍ର ଏତେ ଟଙ୍କା ସେ କେଉଁଠୁ ଆଣିଲେ ସେ ସମ୍ପର୍କରେ ଟିମ୍‌ ପଚାରିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପ‌େର ଟିମ୍‌ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରୁଥିବା ବେଳେ ସାଙ୍ଗରେ ମୟୂରଭଂଜ ଜିଲ୍ଲା ବାରିପଦା ସହର ଭଂଜପୁର ସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରାଯାଇଛି। ତେବେ ତଦନ୍ତ ଜାରି ରହିଥିବା ବେଳେ ଏନେଇ ଇନ୍ସପେକ୍ଟର ଶ୍ରୀ ବିଶ୍ବାଳଙ୍କ ବିରୋଧରେ ୫୦/୧୮ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe