ଥାନାରେ ଇନ୍ସପେକ୍ଟର-ଏଏସ୍‌ଆଇ ହାତାହାତି

Advertisment

ଏଏସ୍‌ଆଇଙ୍କୁ ରାତିଅଧିଆ ବଦଳି

ଏଏସ୍‌ଆଇଙ୍କୁ ରାତିଅଧିଆ ବଦଳି

ଥାନାରେ ଇନ୍ସପେକ୍ଟର-ଏଏସ୍‌ଆଇ ହାତାହାତି

SSC Online

ପୁରୀ: ଖାକିରେ ପୁଣି ଲାଗିଛି ଦାଗ। ଆଇନଶୃଙ୍ଖଳା ରକ୍ଷା ଲାଗି ନିୟୋଜିତ ପୁଲିସ କର୍ମଚାରୀ ନିଜେ ଥାନା ଭିତରେ ମାଡ଼ପିଟ ଲାଗି ଗଡ଼ାଗଡ଼ି ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଜି ଅପରାହ୍ଣରେ ଗଡ଼ିଶାଗୋଦା ଥାନାରେ ସଂଘଟିତ ଏହି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ପୁଲିସ ବିଭାଗରେ ତମ୍ବିତୋଫାନ ହେବାରୁ ଏସପି ଡା. ସାର୍ଥକ ଷଡ଼ଙ୍ଗୀ ଗଡ଼ିଶାଗୋଦା ଥାନାର ଏଏସ୍‌ଆଇ ସନ୍ତୋଷ ସାହୁଙ୍କୁ ରାତିଅଧିଆ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏହି ମାରପିଟ୍‌ ଥାନା ମେସ୍‌ରେ ମଧ୍ୟାହ୍ନ ଭୋଜନ ଖାଇବାକୁ କେନ୍ଦ୍ର କରି ଘଟିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ଗଡ଼ିଶାଗୋଦା ଥାନାରେ ଅଫିସର ଓ ଅନ୍ୟ ଷ୍ଟାଫ୍‌ମାନଙ୍କୁ ନେଇ ଏକ ମେସ୍‌ କରାଯାଇଛି। ଦୀର୍ଘ ଦିନ ଧରି ଏହି ମେସ୍‌ର ପରିଚାଳନା ଦାୟିତ୍ଵ ଏଏସ୍‌ଆଇ ସନ୍ତୋଷ ସାହୁ ନେଇଥିଲେ। ତେବେ ଥାନାକୁ ନିକଟରେ ବଦଳି ହୋଇ ଆସିଥିବା ଇନ୍‌ସ୍ପେକ୍ଟର ଅଜୟ ଜେନା ହୋମ୍‌ଗାର୍ଡ ପ୍ଲାଟୁନ୍‌ କମାଣ୍ଡର କାମଦେବ ବାରିକଙ୍କ ସହାୟତାରେ ରୋଷେଇ ଦାୟିତ୍ଵ ନେଇଥିବା ହୋମ୍‌ଗାର୍ଡମାନଙ୍କ ଡିଉଟିରେ ଏପାଖ ସେପାଖ କରିଥିଲେ। ଏହା ଯୋଗୁଁ ମେସ୍‌ ପରିଚାଳନାରେ ଏଏସ୍‌ଆଇ ଶ୍ରୀ ସାହୁଙ୍କୁ ଅସୁବିଧା ହୋଇଥିଲ। ଏଡାକୁ କେନ୍ଦ୍ର କରି ଆଇଆଇସି ଓ ଏଏସ୍‌ଆଇଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଆଜି ଆଇଆଇସି ଶ୍ରୀ ଜେନା କଣାସରୁୁ ଏକ ସଭାରେ ଯୋଗଦେଇ ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଫେରିବା ପରେ ଖାଇବାକୁ ମଗାଇବାରୁ ଏଏସ୍‌ଆଇ ଶ୍ରୀ ସାହୁ ଖାଦ୍ୟ ଦେବାକୁ ମନା କରିଦେଇଥିଲେ। ଏହାକୁ କେନ୍ଦ୍ର କରିୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଇଆଇସି ଶ୍ରୀ ଜେନା ଗାଳିଗୁଲଜ କରିବା ସହିତ ଆଙ୍ଗୁଠି ଦେଖାଇବାରୁ ଏଏସ୍‌ଆଇ ଶ୍ରୀ ସାହୁ ତାଙ୍କ ଆଙ୍ଗୁଠିକୁ ହଟାଇ ଦେଇଥିଲେ। ଏଥିରୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଥାନା ଭିତରେ ଦୁଇ ଅଫିସରଙ୍କ ଏଭଳି ହାତାହାତି ଦେଖି ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ଏସପି ଡା. ଷଡ଼ଙ୍ଗୀଙ୍କ ପାଖକୁ କଥା ଆସିବାରେ ସେ ଘଟଣାର ତଦନ୍ତ ଲାଗି ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନଙ୍କୁ ଦାୟିତ୍ଵ ଦେଇଥିଲା। ଶ୍ରୀ ପ୍ରଧାନ ପ୍ରାୟ ସାଢ଼େ ଛଅଟାରେ ଗଡ଼ିଶାଗୋଦା ଥାନାରେ ପହଞ୍ଚି ଦୀର୍ଘ ତିନି ଘଣ୍ଟା କାଳ ଘଟଣାର ତଦନ୍ତ କରି ଏସପିଙ୍କୁ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଆଧାରରେ ଏସପି ରାତିରେ ଏଏସ୍‌ଆଇ ଶ୍ରୀ ସାହୁଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe