ପୁଲିସର ତାଗିଦ ସହି ନପାରି ଯୁବକଙ୍କ ଆତ୍ମହତ୍ୟା!

ପୁଲିସର ତାଗିଦ ସହି ନପାରି ଯୁବକଙ୍କ ଆତ୍ମହତ୍ୟା!

ନାଲକୋ ନଗର: ପୁଲିସର ତାଗିଦ ସହି ନପାରି ଅନୁଗୁଳ ଜିଲ୍ଲାର ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କୁକୁଡାଙ୍ଗ ଗ୍ରାମର ପ୍ରଧାନ ସାହିର ପ୍ରମୋଦ ପ୍ରଧାନଙ୍କ ପୁଅ ଜେଶ ପ୍ରଧାନ(୨୬) ଗତକାଲି ଭୋଜି ଖାଇ ଫେରୁଥିବା ବେଳେ କୁକୁଡାଙ୍ଗ ଆମ୍ବ ତୋଟା ନିକଟରେ ତାଳଚେର ଅଞ୍ଚଳର ଦୁଇ ଯୁବକ ବ୍ରାଉନ ସୁଗାର ଖାଉଥିଲେ।

ଏହି ସମୟରେ ଅନଗୁଳ ପୁଲିସ ପାଟ୍ରୋଲିଂ ଦଳ ଉକ୍ତ ଦୁଇ ଯୁବକଙ୍କୁ ପଚାରଉଚରା ଚାଲୁଥିବା ବେଳେ କୁକୁଡାଙ୍ଗ ଗ୍ରାମର ଦୁଇ ଭାଇ ଭୋଜି ଖାଇ ଫେରୁଥିବା ବେଳେ ଉକ୍ତ ପିସିଆର ପାଟ୍ରୋଲିଂ ଦଳ ଦୁଇ ଭାଇଙ୍କୁ ଅଟକାଇ ବ୍ରାଉନ ସୁଗାର ବାବଦ ରେ ପଚାରଉଚରା କରିଥିଲେ।ଦୁଇଭାଇ ଖାଉ ନଥିବା ଦର୍ଶାଇ ଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ଦୁଇ ଭାଇ ଓ ପୂର୍ବରୁ ଥିବା ଦୁଇଜଣ ବ୍ରାଉନ ସୁଗାର ଖାଉଥିବା ଯୁବକଙ୍କ ସହ ପୁଲିସ ଫଟୋ ଉଠାଇଥିଲେ। ଦୁଇଭାଇଙ୍କୁ ଆସନ୍ତାକାଲି ଥାନାରେ ଦେଖା କରିବାକୁ କହିଥିଲେ ଓ ଠିକଣା ରଖିଥିଲେ।

publive-image image Source--justdial

ଦୁଇ ଭାଇ ଘରକୁ ଫେରି ଆସିଥିଲେ। ରାଜେଶ ନିଜ ଘରକୁ ଯାଇ ଦିବା ୩.୩୦ ଶୋଇବା ଘର ଭିତରେ ଫ୍ୟାନରେ ଆତ୍ମହତ୍ୟା କରିଥିଲେ।ରାତିରେ ଖାଇବାକୁ ଡାକିଲା ବେଳେ ଘରଲୋକେ ଜାଣିବାକୁ ପାଇଥିଲେ, ରାଜେଶ ଆତ୍ମହତ୍ୟା କରିଛନ୍ତି।ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ବଞ୍ଚିଥିବା ଆଶା କରି ତାଙ୍କୁ ଅନଗୁଳ ଡାକ୍ତରଖାନାକୁ ଅଣାଯାଇ ଥିଲା । ସେଠାରେ ଡାକ୍ତର ରାଜେଶ ଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe