ମା’, ଝିଅଙ୍କୁ ମ୍ୟାକ୍ସି ପିନ୍ଧା ଯୁବକର ଆକ୍ରମଣ ମାମଲା: ହସ୍ପିଟାଲରୁ ଡିସଚାର୍ଜ ପରେ ଅଭିଯୁକ୍ତକୁ ହେପାଜତକୁ ନେଲା ପୁଲିସ

Advertisment

ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା କହିଲା ପୁଲିସ

ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା କହିଲା ପୁଲିସ

ମା’, ଝିଅଙ୍କୁ ମ୍ୟାକ୍ସି ପିନ୍ଧା ଯୁବକର ଆକ୍ରମଣ ମାମଲା: ହସ୍ପିଟାଲରୁ ଡିସଚାର୍ଜ ପରେ ଅଭିଯୁକ୍ତକୁ ହେପାଜତକୁ ନେଲା ପୁଲିସ

ଭୁବନେଶ୍ବର: ତିନି ଦିନ ହେଲା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି ପଡ଼ୋଶୀ ଘରେ ପଶି ମ୍ୟାକ୍ସି ପିନ୍ଧା ଯୁବକର ରହସ୍ୟମୟ ଆକ୍ରମଣ ଘଟଣା। ଏକ ଟିଭି ଚ୍ୟାନେଲ୍‌ରେ ଗ୍ରାଫିକ୍‌ସ ଡିଜାଇନର୍‌ ଭାବ‌େ କାମ କରୁଥିବା ଅଭିଯୁକ୍ତ ରୂପେଶ ପଣ୍ଡା ମୁଣ୍ଡରେ ହେଲ୍‌ମେଟ୍‌ ଓ ମ୍ୟାକ୍ସି ପିନ୍ଧି ଯୁବତୀ ଭଳି ଛଦ୍ମବେଶରେ ପଡ଼ୋଶୀ ଘରେ ପଶି ମା’ ଓ ଝିଅଙ୍କୁ ଛୁରିରେ ଆକ୍ରମଣ କରିଥିଲା। ମା’ ଓ ଝିଅ ଆହତ ହୋଇଥିବା ବେଳେ ପାଲଟା ଆକ୍ରମଣରେ ରୂପେଶ ମଧ୍ୟ ଆହତ ହୋଇଥିଲା। ଏହା ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାକୁ ପୁଲିସ ହେପାଜତକୁ ନେଇଥିବା ଜଣାପଡ଼ିଛି।

ଚିକିତ୍ସା ପରେ ରୂପେଶକୁ ଆଜି ଡିସଚାର୍ଜ କରାଯାଇଛି। ଡିସଚାର୍ଜ ହେବା ପରେ ଚନ୍ଦ୍ରଶେଖରପୁର ପୁଲିସ ରୂପେଶକୁ ହେପାଜତକୁ ନେଇଥିବା ବେଳେ ଲୁଟ ଉଦ୍ଦେଶ୍ୟରେ ଅଭିଯୁକ୍ତ ଆକ୍ରମଣ କରିଥିଲା ବ‌ୋଲି ତଦନ୍ତରୁ ଜଣାପଡ଼ିଥିବା କହିଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ହଠାତ୍ ରୂପେଶ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଭିଆଇଏମ୍ କଲୋନିରେ ରହୁଥିବା ତାଙ୍କ ପଡୋଶୀଙ୍କ ଘରକୁ ଯାଇ ଘରେ ଥିବା ମା' ଓ ଝିଅଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏବେ ଲୁଟ୍ ଉଦ୍ୟମ ପାଇଁ ସେ ଏଭଳି କରିଥିବ‌ା କହିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe