ପୁଲିସ ସିଗନାଲ୍ ସୁରକ୍ଷା ସହ ସାଲିସ୍‌: ହାମ୍ ରେଡିଓ କିଣିଥିଲେ ବାବୁ

Advertisment

ଯେଉଁ ଉଚ୍ଚ କ୍ଷମତା ସଂପନ୍ନ ଉପକରଣ ତଥ୍ୟ ଆଦାନ ପ୍ରଦାନରେ ବ୍ୟବହାର ହେବା କଥା, ସେହି ଉପକରଣ ତଥ୍ୟ ଦେବାରେ ତ ସକ୍ଷମ ହେଉ ନାହିଁ, ଶବ୍ଦ ବିନିମୟ କାର୍ଯ୍ୟ ମଧ୍ୟ ଠିକ୍‌ରେ କରି ପାରୁ ନାହିଁ।

Updated On

ଯେଉଁ ଉଚ୍ଚ କ୍ଷମତା ସଂପନ୍ନ ଉପକରଣ ତଥ୍ୟ ଆଦାନ ପ୍ରଦାନରେ ବ୍ୟବହାର ହେବା କଥା, ସେହି ଉପକରଣ ତଥ୍ୟ ଦେବାରେ ତ ସକ୍ଷମ ହେଉ ନାହିଁ, ଶବ୍ଦ ବିନିମୟ କାର୍ଯ୍ୟ ମଧ୍ୟ ଠିକ୍‌ରେ କରି ପାରୁ ନାହିଁ।

ଅଦ୍ୟତନ ହୋଇଛି
Police

କଟକ: ଯେଉଁ ଉଚ୍ଚ କ୍ଷମତା ସଂପନ୍ନ ଉପକରଣ ତଥ୍ୟ ଆଦାନ ପ୍ରଦାନରେ ବ୍ୟବହାର ହେବା କଥା, ସେହି ଉପକରଣ ତଥ୍ୟ ଦେବାରେ ତ ସକ୍ଷମ ହେଉ ନାହିଁ, ଶବ୍ଦ ବିନିମୟ କାର୍ଯ୍ୟ ମଧ୍ୟ ଠିକ୍‌ରେ କରି ପାରୁ ନାହିଁ। ଏଭଳି ୭ଟି ଉପକରଣ କିଣାରେ ରାଜ୍ୟ ରାଜକୋଷକୁ ୨୨ ଲକ୍ଷ ୬୧ ହଜାର ଟଙ୍କାରୁ ଅଧିକ କ୍ଷତି ହୋଇଛି। ରାଜ୍ୟ ପୁଲିସରେ ଏହି ଘଟଣାକୁ ନେଇ ଗଲା ଦେଢ ବର୍ଷ ହେଲାଣି ଘଣ୍ଟାଚକଟା ଚାଲିଥିଲେ ବି କୌଣସି ଚୂଡାନ୍ତ ନିଷ୍କର୍ଷ ବାହାରିପାରୁନାହିଁ ଅଥବା କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ସୁରକ୍ଷା କ୍ଷେତ୍ରରେ ସିଗ‌୍ନାଲ୍ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏହା ସାଲିସ କରି ନିମ୍ନମାନର ସାମଗ୍ରୀ କ୍ରୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଧିକାରୀଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କୌତୂହଳ କଥା ହେଉଛି, ଏହି କେଳେଙ୍କାରୀରେ ସଂପୃକ୍ତ ଅଧିକାରୀଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଦିଆଯାଇଛି। ହେଲେ ସେଠି ସମୟ ଗଡ଼ିବା ଉଦ୍‌ବେଗର କାରଣ ହୋଇଛି। 

‌ହାମ୍ ରେଡିଓ କିଣିଥିଲେ ବାବୁ ୨୨.୬୧ ଲକ୍ଷ ଟଙ୍କା ହେରଫେର୍‌ ଅଭିଯୋଗ 
ଦିନ ଗଡ଼ାଉଛି କ୍ରାଇମବ୍ରାଞ୍ଚ, କାର୍ଯ୍ୟାନୁଷ୍ଠାନ ଶୂନ

ତଥ୍ୟ ଅନୁଯାୟୀ, ରାଜ୍ୟ ପୁଲିସ ସିଗନାଲ୍ ବିଭାଗ ପାଇଁ ଆଭ୍ୟନ୍ତରୀଣ ମୋଡେମ୍ ବ୍ୟବସ୍ଥା ସହିତ ୭ଟି ହାଇଫ୍ରିକ୍ୟୁଏନ୍ସି ଟ୍ରାନ୍‌ସିଭର୍ସ କିଣିବାକୁ ୨୦୨୦ରେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ପୁଲିସର ପ୍ରୋଭିଜନିଂ ବିଭାଗ ଜରିଆରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉତ୍ତରପ୍ରଦେଶ ନୋଏଡାର ଭର୍ଟେଲ୍ ଡିଜିଟାଲ୍ ପ୍ରାଇଭେଟ୍ ଲିମିଟେଡରୁ ଏହି ସାମଗ୍ରୀ କିଣାଯାଇଥିଲା। ଏଥିପାଇଁ ୨୦୨୧, ଫେବ୍ରୁଆରି ୧୦ ତାରିଖରେ ସଂସ୍ଥାକୁ ୨୨ ଲକ୍ଷ ୬୧ ହଜାର ୬୭୯ ଟଙ୍କା ପୈଠ କରାଯାଇଥିଲା। ୨୦୨୧, ଫେବ୍ରୁଆରି ୨୩ ତାରିଖ ସୁଦ୍ଧା ଏସବୁ ସାମଗ୍ରୀ ପୁଲିସ ସିଗନାଲ୍ ବିଭାଗକୁ ମିଳିଯାଇଥିଲା। କିନ୍ତୁ ଏସବୁ ସାମଗ୍ରୀ ଆସିବା ପରେ ଏହାର ପରୀକ୍ଷା କରାଯିବା ବେଳେ ଏସବୁ ଅତ୍ୟନ୍ତ ନିମ୍ନମାନର ବୋଲି ଧରା ପଡି ଯାଇଥିଲା। ଯେଉଁ ମାନର ଏବଂ ଯେଉଁ ସବୁ ଆବଶ୍ୟକତା ପୂରଣ ପାଇଁ ପାଇଁ ଏହି ଉପକରଣ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା, ତାହା ପୂରଣ କରିବାରେ ଏହି ଉପକରଣଗୁଡିକ ସଂପୂର୍ଣ୍ଣ ଅସମର୍ଥ ଥିଲା। ଏମିତିକି ଏସବୁ ସାଧାରଣ ହାମ୍ ରେଡିଓ ଶ୍ରେଣୀର ବୋଲି ଅଭିଯୋଗ ହେଲା। 

ସିଗନାଲ ବିଭାଗର ତତ୍କାଳୀନ ଏସ୍‌ଆଇ ଏ ସଂପର୍କରେ ୨୦୨୩, ଜୁନ୍ ୮ ତାରିଖରେ ଲିଖିତ ଭାବେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କଲେ। ପର୍ଯ୍ୟାୟକ୍ରମେ କଥା ପୁଲିସ ଡିଜିଙ୍କ ପର୍ଯ୍ୟନ୍ତ ପହଞ୍ଚିଲା। ଏହାକୁ ନେଇ ବିଭାଗରେ ଘଣ୍ଟାଚକଟା ଚାଲିବା ସହିତ ସଂପୃକ୍ତ ସଂସ୍ଥାକୁ ବି କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନିଆଗଲା। ଏହାର ଯାଞ୍ଚ ପାଇଁ ପୁଲିସ ଡିଜି ତିନିଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କଲେ। ଏହି କମିଟି ଉପକରଣ ଆବଶ୍ୟକ ମାନ ପୂରଣ କରୁ ନାହିଁ ବୋଲି ମଧ୍ୟ ହେଉଥିବା ଅଭିଯୋଗରେ ମୋହର ମାରିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏସବୁ ସାମଗ୍ରୀ ଯେଉଁ ସଂସ୍ଥାରୁ କିଣାଯାଇଛି, ସେ ସଂସ୍ଥା ଉତ୍ତରପ୍ରଦେଶ ପୁଲିସ ଦ୍ବାରା କଳା ତାଲିକାଭୁକ୍ତ ହୋଇଥିବା ଜଣା ପଡିଲା। ତେଣୁ ଏଥିରେ ସଂପୃକ୍ତ ଅଧିକାରୀଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଦିଆଯାଇଥିଲା ବେଳେ ପ୍ରକ୍ରିୟା କିନ୍ତୁ ବିଳମ୍ବିତ ହୋଇ ଚାଲିଛି। ରାଜ୍ୟରେ ନକ୍ସଲ ମୁକାବିଲା ଅଥବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ଗୋପନୀୟ ତଥ୍ୟ ତଥା ସୂଚନା ଆଦାନପ୍ରଦାନ ଅତ୍ୟନ୍ତ ଗୁରୁତ୍ବ ରଖୁଥିବା ବେଳେ ସିଗନାଲ୍ ବିଭାଗରେ ଉପକରଣ କିଣା ଦୁର୍ନୀତି ଏକ୍ଷେତ୍ରରେ ବାଧକ ସୃଷ୍ଟି କରୁଛି। କିନ୍ତୁ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ ସମୟ ଗଡାଇବା ପଛରେ କାହା ଚାପ କାମ କରୁଛି, ତାହା ଏବେ ସାନି ଅନୁଧ୍ୟାନକୁ ଅପେକ୍ଷା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe