ପୁଲିସର ବାଂଲାଦେଶୀ ଚିହ୍ନଟ ଅଭିଯାନ: ୪୪୪ ଜଣ ସନ୍ଦିଗ୍ଧଙ୍କ ପରିଚୟ ଯାଞ୍ଚ

Advertisment

ଗତ ମେ’ ମାସରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି କରାଯାଇ ବାଂଲାଦେଶୀ ନାଗରିକ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁଲିସ ସୋମବାରଠାରୁ ଚିହ୍ନଟ ଅଭିଯାନ ଆରମ୍ଭ କରିଛି।

ଗତ ମେ’ ମାସରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି କରାଯାଇ ବାଂଲାଦେଶୀ ନାଗରିକ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁଲିସ ସୋମବାରଠାରୁ ଚିହ୍ନଟ ଅଭିଯାନ ଆରମ୍ଭ କରିଛି।

sfsfsfcxxc

ଝାରସୁଗୁଡ଼ା: ଗତ ମେ’ ମାସରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି କରାଯାଇ ବାଂଲାଦେଶୀ ନାଗରିକ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁଲିସ ସୋମବାରଠାରୁ ଚିହ୍ନଟ ଅଭିଯାନ ଆରମ୍ଭ କରିଛି। ଏସ୍‌ପି ସ୍ମିତ ପି. ପରମାରଙ୍କ ନେତୃତ୍ୱରେ ଅଦ୍ୟାବଧି ୪୪୪ ଜଣଙ୍କୁ ଅଟକ ରଖି ଯାଞ୍ଚ ପ୍ରକ୍ରିୟା ଚା‌ଲିଥିବା ଜଣାପଡ଼ିଛି। ଆଜି ଝାରସୁଗୁଡ଼ା ପୁଲିସ କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଆଇଜି ଶ୍ରୀ ଲାଲ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାନୁସାରେ ଜିଲ୍ଲାରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯିବା ସହ ସମସ୍ତ ଥାନାଞ୍ଚଳରେ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଉଛି। ଝାରସୁଗୁଡ଼ା ସବ୍‌ଡିଭିଜନ୍‌ ପାଇଁ ବ୍ଲାକ୍‌ ଡାଇମଣ୍ଡ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ଓ ବ୍ରଜରାଜନଗର ସବ୍‌ଡିଭିଜନ୍‌ ପାଇଁ ହିଲ୍‌ଟପ୍‌ର ସୁରଭି କଲ୍ୟାଣ ମଣ୍ଡପକୁ ହୋଲ୍‌ଡିଂ କେନ୍ଦ୍ର କରାଯାଇଛି। ଅଟକ ଥିବା ସମସ୍ତ ବ୍ୟକ୍ତି ଶ୍ରମିକ ଓ ମିସ୍ତ୍ରି। ତେବେ ଏହି ଲୋକଙ୍କ ନାଗରିକତ୍ବ ଯାଞ୍ଚ ପରେ ସେମାନେ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ‌ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟର୍ପଣ କରାଯିବ। ଶିଳ୍ପବହୁଳ ଜିଲ୍ଲା ଝାରସୁଗୁଡ଼ାରେ ବର୍ଷ ସାରା ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହୁଛି। କମ୍‌ ଦାମ୍‌ରେ ଓ ଅଳ୍ପ ସମୟରେ ଅଧିକ କାମ କରାଇବା ପାଇଁ ଠିକାଦାରମାନେ ବି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାମରେ ଲଗାଉଛନ୍ତି। ସେହିପରି ଖଣିଗୁଡ଼ିକରେ ବି ଅନୁରୂପ ଭାବେ ଅନୁପ୍ରବେଶକାରୀଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe