ଭର୍ତ୍ତୃହରିଙ୍କ ବକ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା: ‘ମୋ କାନ୍ଧରେ କାନ୍ଧ ମିଳାଇ ସହଯୋଗ ଦେଇ ଆସିଛନ୍ତି ଧର୍ମେନ୍ଦ୍ର’

Advertisment
ଲୋକସଭା ଆସନ ବିଜେପିକୁ ବୋନସ୍‌: କେନ୍ଦୁଝରରେ ବିଜେପି ୩କୁ ବିଜେଡି ୩

Mangalorean.com

କଟକ: ‘ପ୍ରଜାତନ୍ତ୍ର’ର ୭୫ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ଏବେ ବିଭିନ୍ନ କାରଣରୁ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ନେତୃବୃନ୍ଦ ଏଭଳି ଯୋଗଦେବାରେ କୌଣସି ନୂଆକଥା ନାହିଁ। କିନ୍ତୁ, ଏହି କାର୍ଯ୍ୟକ୍ରମକୁ ନେଇ ବିଜେଡି ଓ ବିଜେପି ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇଥିବା ଶକ୍ତି ପ୍ରଦର୍ଶନ ଉଦ୍ୟମ ଏବଂ ସଭାମଞ୍ଚରେ ପ୍ରଜାତନ୍ତ୍ରର ସଂପାଦକ ତଥା ବିଜେଡିର ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବଙ୍କ ବକ୍ତବ୍ୟ ଏବେ ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଏହି କାର୍ଯ୍ୟକ୍ରମକୁ ନେଇ ତିନିଟି ମୁଖ୍ୟ ଚର୍ଚ୍ଚା ଏବେ ଜୋର୍ ଧରିଛି। ପ୍ରଥମ ଚର୍ଚ୍ଚା ହେଉଛି ଏହି କାର୍ଯ୍ୟକ୍ରମ ଜରିଆରେ ଭର୍ତ୍ତୃହରି ତାଙ୍କ ପୁଅ ଲୋକରଂଜନ ମହତାବଙ୍କୁ ରାଜନୀତିକୁ ଆଣିବାର କ୍ଷେତ୍ର ପ୍ରସ୍ତୁତ କରିଛନ୍ତି କି? ଦ୍ବିତୀୟ ପ୍ରସଙ୍ଗ ହେଉଛି, ଏଭଳି ଏକ କାର୍ଯ୍ୟକ୍ରମ ଆଗକୁ ବିଜେପି-ବିଜେଡି ମେଣ୍ଟର ଆଭାସ ଦେଉଛି କି? ଏବଂ ତୃତୀୟ ପ୍ରସଙ୍ଗ ହେଉଛି, ଭର୍ତ୍ତୃହରି ୨୦୨୪ ନିର୍ବାଚନ ଅଥବା ତା’ ପୂର୍ବରୁ ଯଦି ସାଧାରଣ ନିର୍ବାଚନ ହୁଏ, ତେବେ ପାହି ଡେଇଁ ବିଜେପିକୁ ଯିବେ କି?

ଭର୍ତ୍ତୃହରିଙ୍କ ଏକମାତ୍ର ପୁଅ ଲୋକରଂଜନ ପୂର୍ବରୁ ବି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା କିଛି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ନଜିର ରହିଛି। କଟକର ଜବାହରଲାଲ୍ ନେହରୁ ଇନଡୋର୍ ଷ୍ଟାଡିୟମରେ ହୋଇଥିବା ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯଦିଓ ତାଙ୍କୁ କେବଳ ଧନ୍ୟବାଦ ଅର୍ପଣ ଦାୟିତ୍ବ ଦିଆଯାଇଥିଲା, କିନ୍ତୁ ସେ ତାଙ୍କ ବକ୍ତବ୍ୟରେ ଅନେକ କିଛି କହିବାକୁ ଉଦ୍ୟମ କରିଥିଲେ। ଏ ଲିଗାସିକୁ ଆଗକୁ ବଢାଇବା ପାଇଁ ଧର୍ମେନ୍ଦ୍ର ଅଙ୍କଲ୍ (ଧର୍ମେନ୍ଦ୍ର ପ୍ରଧାନ) ତାଙ୍କୁ ପରାମର୍ଶ ଦେଇ ଆସିଛନ୍ତି....ଭଳି ବକ୍ତବ୍ୟ ଲୋକରଂଜନଙ୍କ ରାଜନୀତିକୁ ଆସିବାର ଚର୍ଚ୍ଚାକୁ ‌ଖୋରାକ ଯୋଗାଇଛି। ଅନ୍ୟପଟେ ଭର୍ତ୍ତୃହରି ନିଜର ବକ୍ତବ୍ୟରେ ଗୋଟିଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘରଲୋକ ଭାବେ ସମ୍ବୋଧିତ କରିଥିବା ବେଳେ ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ପ୍ରତି କୃତଜ୍ଞତାସୂଚକ ମନ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତିଟି ଥିଲା , ଧର୍ମେନ୍ଦ୍ର ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସହଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ମୁଖ୍ୟ। ଭର୍ତ୍ତୃହରି ବିଜେଡିର ସାଂସଦ। ତେଣୁ ଭର୍ତ୍ତୃହରି-ନବୀନଙ୍କ ସଂପର୍କକୁ ନେଇ କିଛି ଚର୍ଚ୍ଚା ହେବାର ନାହିଁ। କିନ୍ତୁ, ଧର୍ମେନ୍ଦ୍ରଙ୍କ ପ୍ରତି କୃତଜ୍ଞତାସୂଚକ ବକ୍ତବ୍ୟ ସହ ଏଭଳି ଖୋଲା ସ୍ବୀକାରୋକ୍ତି ବିଜେପି ସହ ଭର୍ତ୍ତୃହରିଙ୍କର ଘନିଷ୍ଠତା ଥିବା ସୂଚାଉଥିବା ଏବେ ଆଲୋଚନା ହେଉଛି। ଏମିତି ବି ଚର୍ଚ୍ଚା ହେଉଛି, ଭର୍ତ୍ତୃହରି ହୁଏତ ବିଜେପିକୁ ଚାଲି ଯାଇପାରନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ବି ଭର୍ତ୍ତୃହରିଙ୍କୁ ବ୍ୟକ୍ତିଗତ ଭାବେ ଖୁବ୍ ପ୍ରଶଂସା କରିବା ସହିତ ରାଷ୍ଟ୍ରଭାଷା ପ୍ରଚାର କାର୍ଯ୍ୟରେ ତାଙ୍କର ଅବଦାନ ସଂପର୍କରେ ବକ୍ତବ୍ୟରେ କହିଥିଲେ। ଅନ୍ୟପକ୍ଷରେ, ତାଙ୍କର ଗୋଟିଏଥରର ଅନୁରୋଧରେ ଅମିତ ଶାହ କାର୍ଯ୍ୟକ୍ରମକୁ ଆସିବା ପାଇଁ ହଁ ଭରିଥିଲେ ବୋଲି ଭର୍ତ୍ତୃହରି ବି କହିଥିଲେ। କାର୍ଯ୍ୟକ୍ରମରେ ନେତାମାନଙ୍କ ବକ୍ତବ୍ୟ ଏଭଳି ଚର୍ଚ୍ଚାର ସୁଯୋଗ ସୃଷ୍ଟି କରିଥିବାବେଳେ ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଗସ୍ତରେ କୌଣସିଠ‌ାରେ ବି ସରକାରଙ୍କୁ ସମାଲୋଚନା କରିବା ଭଳି ବକ୍ତବ୍ୟ ନ ରଖିବା, କାର୍ଯ୍ୟକ୍ରମରେ ଦଳର ପ୍ରମୁଖ ନେତୃତ୍ବଙ୍କ ମଧ୍ୟରେ ଦେଖିବାକୁ ମିଳିଥିବା ତାଳମେଳ, ଇତ୍ୟାଦି ଆଗକୁ ପୁଣି ଦୁଇଦଳ ଭିତରେ ମେଣ୍ଟ ସମ୍ଭାବନାକୁ ନେଇ ଆଲୋଚନାର କ୍ଷେତ୍ର ପ୍ରସ୍ତୁତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe