ରାଜନୈତିକ ଶତ୍ରୁତା: ଘର ସହ ବାଇକ୍‌ ଜାଳିଦେଲେ

Advertisment
ରାଜନୈତିକ ଶତ୍ରୁତା: ଘର ସହ ବାଇକ୍‌ ଜାଳିଦେଲେ

ବାସୁଦେବପୁର: ବାସୁଦେବପୁର ଥାନା ଅଧୀନ ପଦ୍ମପୁର ପାତର ଠାକୁରବାଡ଼ି ଗ୍ରାମର ଆଲୋକ କୁମାର ନାୟକଙ୍କ ଘରେ ଗତ ମଙ୍ଗଳବାର ଦିନ ରାତି କେହି ଦୁର୍ବୃତ୍ତ ଘର ନିଆଁ ଲଗାଇ ଦେଇଥିଲା। ନିଆଁ ବ୍ୟାପିବା ପରେ ପରିବାରର ଲୋକମାନେ ଜାଣିପାରିଥିଲେ। ଫଳରେ ସମସ୍ତେ ଜୀବନ ବଞ୍ଚାଇ ଘର ବାହାରକୁ ବାହାରି ଆସିଥିଲେ।

ସେମାନେ ଗାଁ ଲୋକଙ୍କ ସହ  ମିଶି ନିଆଁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସହ ବାସୁଦେବପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କମର୍ଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କିଛି ଲାଭ ହୋଇ ନ ଥିଲା। ଘରଟି ସଂପୂର୍ଣ୍ଣ ପୋଡ଼ିଯିବା ସହ ଘରେ ଥିବା ଏକ ବାଇକ୍‌ ମଧ୍ୟ ଜଳିଯାଇଥିଲା। ତେବେ ରାଜନୈତିକ ଶତ୍ରୁତା‌ କାରଣରୁ ପ୍ରତିଦ୍ବନ୍ଦୀମାନେ ଘରକୁ ପୋଡ଼ି ଦେଇଥିବା ଆଲୋକ କହିଛନ୍ତି। ସୂଚନା ଥାଉକି ଆଲୋକଙ୍କ ବଡ଼ମାଆ ଚଳିତ ନିର୍ବାଚନରେ ପଦ୍ମପୁର ୧୦ ନମ୍ବର ୱାର୍ଡ ସଭ୍ୟ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe