Political heat rises over Dhruv's saffron avatar Photograph: (sambad.in)
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗରର ବିଜେଡ଼ି ବିଧାୟକ ଧ୍ରୁବ ସାହୁ ପଣା ସଂକ୍ରାନ୍ତି ଅବସରରେ ଗେରୁଆ ଅବତାର ଆପଣେଇଛନ୍ତି । ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ତାଙ୍କୁ ନିଜ ସମର୍ଥକମାନଙ୍କ ସହିତ ଏକ ନିଆରା ଶୈଳୀରେ ଦେଖିବାକୁ ମିଳିଥିଲା। ଧ୍ରୁବ ଗେରୁଆ ରଙ୍ଗର ଉତ୍ତରୀୟ ଓ ମୁକୁଟ ପିନ୍ଧି ଶୋଭାଯାତ୍ରା ଯୋଗଦେଇଥିଲେ।
ତାଙ୍କର ଏଭଳି ଗେରୁଆ ଅବତାର ନେଇ ରାଜନଗର ଅଞ୍ଚଳ ସହିତ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ: ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଗଜପତିରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି
ସୋମବାର ରାଜନଗରରେ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଜନଗର ବ୍ଲକର ଗୋସିଗାଁ ନିକଟରୁ ତାଙ୍କର ବିରାଟ ଶୋଭାଯାତ୍ରା ବାହାରି ବାରଗାଁର ପ୍ରସିଦ୍ଧ ଆରାଧ୍ୟ ଦେବୀ ମା ମାଟିଆ ମଙ୍ଗଳାଙ୍କ ପୀଠରେ ପହଞ୍ଚି ଥିଲା ।
ଅଧିକ ପଢ଼ନ୍ତୁ: ସନରାଇଜର୍ସ ହାଇଦ୍ରାବାଦ ହୋଟେଲରେ ନିଆଁ
Dhruba Charan Sahoo | BJD | Rajnagar Block is a block in Kendrapara district
Follow Us