ନେତାଙ୍କୁ ଥଇଥାନ: ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ମିଳିଲା ନିଯୁକ୍ତି

Advertisment
ନେତାଙ୍କୁ ଥଇଥାନ: ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ମିଳିଲା ନିଯୁକ୍ତି

ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି। ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। କଳିକେଶ ସିଂହଦେଓଙ୍କୁ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଲେନିନ ମହାନ୍ତିଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରଯାଇଥିବା ବେଳେ ବିଜୟ ନାୟକଙ୍କୁ ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ କରାଯାଇଛି।

ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଏପିକଲ, ଡି ବିଶ୍ବନାଥଙ୍କୁ ଓଆରଏଚ୍‌ଡିସି, ଅ‌ମରେଶ ପତ୍ରିଙ୍କୁ ଉଠାଜଳ ସେଚନ, ଦେବାଶିଷ ମହାନ୍ତିଭ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରି, ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଏଫ୍‌ଡିସି, ଶ୍ରୀମୟୀ ମିଶ୍ରଙ୍କୁ ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ ଆଣ୍ଡ କନଷ୍ଟ୍ରକସନ ୱାକରର୍ସ, ଚିନ୍ମୟ କାନନୁଗୋଙ୍କୁ ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନ, ମିନତୀ ବେହେରାଙ୍କୁ ଓଡ଼ିଶା ମହିଳା କମିସନ, ସଂଗ୍ରାମ ପାଇକରାୟଙ୍କୁ ‌ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗରେ ଏବଂ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡରେ ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି। ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ବେଳେ ସନ୍ତୋଷ ବେଜ୍‌ଙ୍କୁ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନରେ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି।

ବରିଷ୍ଠ ରାଜନେତାଙ୍କୁ ସରକାର ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏହି କ୍ରମରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପ୍ରସନ୍ନ ପାଟଶାଣୀଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି। ଏଥିରେ ସାଧୁ ନେପାକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ପ୍ରଦୀପ ମାଝୀଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା, କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ହୋଇଛନ୍ତି। ଗଂଜାମ ରିଜିଓନାଲ ଇମ୍ପ୍ୟୁଭମେଣ୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅବନୀକାନ୍ତ ସାହୁଙ୍କୁ ଟିଏଏମ୍‌ଡିଏ ଅଧ୍ୟକ୍ଷ ଦାୟିତ୍ବ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe