କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଲେ ରାଜନେତା

Advertisment
କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଲେ ରାଜନେତା

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ରାଜନେତା। ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି,କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ରାଜ୍ୟ ବିହନ ନିଗମ ଅଧକ୍ଷ ଇଶ୍ବର ପାଣିଗ୍ରାହୀ କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। । ଅସୁସ୍ଥତା କାରଣରୁ ପଦ୍ମଶ୍ରୀ କମଳା ପୂଜାରୀ ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ପରେ ଏସଏଲଏନ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି। ଗତକାଲି ରାତିରେ ଜୟପୁର ଜିଲ୍ଲା ହସପିଟାଲରୁ କୋରାପୁଟ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏବେ ସେ ମେଡିସିନ ବିଭାଗ ମହିଳା ୱ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି। ବାର୍ଧକ୍ୟ ଜନିତ ଅସୁସ୍ଥତା ସହ କିଡନି ଜନିତ ସମସ୍ୟା ରହିଥିବା ଡାକ୍ତର କହିଛନ୍ତି। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମଧ୍ୟ ହସପିଟାଲରେ ପହଞ୍ଚି କମଳାଙ୍କ ସହ ଆଲ‌ୋଚନା କରିଥିଲେ। ରୋଗର ନିଦାନ ଖୋଜି ତ୍ବରିତ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।

ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜରୁରୀ ଚିକିତ୍ସା ପାଇଁ କଟକ କିମ୍ବା ବ୍ରହ୍ମପୁର ମେଡିକାଲ ପଠାଇବାକୁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି। ଚିକିତ୍ସାରେ କୌଣସି ଅବହେଳା ନଘଟେ ସେଥିନେଇ ଧ୍ୟାନଦେବାକୁ ମେଡିକାଲ କତୃପକ୍ଷଙ୍କୁ ଉଭୟ ରାଜନେତା ଓ ଜିଲ୍ଲାପାଳ ତାଗିଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe