Political situation is complicated, Karmi is in turmoil: Discussion on Siddheshwar Mishra Photograph: (sambad.in)
ପାରଳାଖେମୁଣ୍ଡି: ଧିରେ ଧିରେ ଗଜପତି ଜିଲ୍ଲା ବିଜେପିର ରାଜନୈତିକ ସ୍ଥିତି ଜଟିଳ ହେଉଛି। କିଛି ଦିନ ପୂର୍ବରୁ ଜିଲ୍ଲା ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧେଶ୍ଵର ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରା ଯାଇଥିବା କହିଥିବା ବେଳେ ବୁଧବାର ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପାରଳାଖେମୁଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ସେହି ସମୟରେ ସିଦ୍ଧେଶ୍ଵରଙ୍କୁ ମନ୍ତ୍ରୀଙ୍କ ନିକଟରେ ଏବଂ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପ୍ରଥମେ ସର୍କିଟ ହାଉସରେ ଦେଖିବାକୁ ମିଳିଥିଲା। ପରେ ପରେ ମନ୍ତ୍ରୀଙ୍କ ସହ ସିଏମ୍ କିଷାନ୍ ରାଶି ପ୍ରଦାନ କାର୍ଯ୍ୟକ୍ରମରେ ସଭାଗୃହରେ ମଞ୍ଚ ସମ୍ମୁଖରେ ବସିଥିଲେ ସିଦ୍ଧେଶ୍ଵର, ଏବଂ ତାଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ୟ
ତେବେ ଆଗକୁ ଏହି ଦ୍ଵନ୍ଦ କି ପ୍ରକାର ରୂପ ନେଉଛି ତାହା ସମୟ କହିବ । ତେବେ ଏ ସମ୍ପର୍କରେ ଗଜପତି ଜିଲ୍ଲା ବିଜେପି ସଭାପତି ନବ କିଶୋର ଶବରଙ୍କ କହିବା ହେଲ ତାହା ସରକାରୀ କାର୍ଯ୍ୟକ୍ରମ ଥିଲା ଚାଷୀମାନଙ୍କର କାର୍ଯ୍ୟକ୍ରମ ଥିଲା ସେ ଚାଷୀ ଭାବରେ ଯୋଗ ଦେଇପାରିଥାନ୍ତି ସେଥିରେ କୌଣସି ଟିପ୍ପଣୀ ଦେବା ଠିକ ଭାବୁନି ଏବଂ ମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥାଇ ପାରେ ତେଣୁ ସେ ଉପସ୍ଥିତ ଥିବେ କିନ୍ତୁ ନିଲମ୍ବିତ ନେତାଙ୍କୁ ଦୂରେଇ ରଖିବାର ଥିଲା । ଯଦି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ତାହା ହେଲେ ଦଳୀୟ କର୍ମୀମାନେ ନିଶ୍ଚିତ ଭାବରେ ବିରୋଧ କରିବେ । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଆ ଯିବ ନାହିଁ । ସୂଚନା ଥାଉକି ବୁଧବାର ମନ୍ତ୍ରୀଙ୍କ ଗସ୍ତ ସମୟରେ ଗୋଟିଏ ଗୋଷ୍ଠୀର କୌଣସି ନେତା କର୍ମୀ ଉପସ୍ଥିତ ନଥିଲେ । ଯାହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ।
Gajapati
Follow Us