ଆୟକର ଚଢ଼ଉ: ମୋଦୀଙ୍କ ଟ୍ବିଟ୍‌ ପରେ ରାଜନୀତି ସରଗରମ

Advertisment
ଆୟକର ଚଢ଼ଉ: ମୋଦୀଙ୍କ ଟ୍ବିଟ୍‌ ପରେ ରାଜନୀତି ସରଗରମ

ବଲାଙ୍ଗୀର: ଓଡ଼ିଶାର ବୌଦ୍ଧ, ବଲାଙ୍ଗୀର, ରାୟଗଡ଼ା, ସମ୍ବଲପୁର, ପଶ୍ଚିମବଙ୍ଗର କୋଲକାତା, ଝାଡ଼ଖଣ୍ଡର ରାଞ୍ଚି, ଲୋହରଦଗାଠାରେ ଥିବା ବଳଦେବ ଗ୍ରୁପ ଆଣ୍ଡ କମ୍ପାନିର ବିଭିନ୍ନ ମଦଭାଟି, ଡିଷ୍ଟେଲାରି, ଫ୍ଲାଇଆସ ଫ୍ୟାକ୍ଟ୍ରି ପ୍ରଭୃତିରେ ଆୟକର ବିଭାଗ ପକ୍ଷରୁ ଗତ ବୁଧବାରରୁ ଏକକାଳୀନ ଚଢ଼ଉ ପରେ ଟଙ୍କାର ପାହାଡ଼ ମିଳିଛି। ଏହି ମଦ କାରବାର ପଛରେ ଥିବା ମୁଖ୍ୟ ନାୟକ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ହୋଇଥିବାରୁ ଏବେ ବିରୋଧୀ କଂଗ୍ରେସ ଦଳ ଉପରେ ହମଲା ଆରମ୍ଭ ହୋଇଛି। ଗତ ଦୁଇ ଦିନ ଧରି ଶହ ଶହ କୋଟି ଟଙ୍କାର ଫଟୋ ଓ ଖବର ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ବିଟ୍‌ ରାଜନୀତିକୁ ଅଧିକ ଚଳଚଞ୍ଚଳ କରିଦେଇଛି।

ମୋଦୀ ତାଙ୍କ ଟ୍ବିଟର୍‌ ଆକାଉଣ୍ଟରେ ଏକ ହିନ୍ଦୀ ଖବର କାଗଜର କଟିଂକୁ ପୋଷ୍ଟ କରି ଦେଶବାସୀଙ୍କୁ ଉଲ୍ଲେଖ କରି ଲେଖିଛନ୍ତି ଯେ, ଏହି ଟଙ୍କାର ଗଦାକୁ ଦେଖି ଦେଶବାସୀ ଏଥିରେ ସଂପୃକ୍ତ ନେତାଙ୍କ ସ୍ବଚ୍ଛତାର ଭାଷଣ ଶୁଣନ୍ତୁ, ଜନତାଙ୍କଠାରୁ ଲୁଟ୍‌ ହୋଇଥିବା ଏହି ଟଙ୍କାର ଗୋଟି ଗୋଟି କରି ଫେରସ୍ତ କରିବାକୁ ପଡ଼ିବ। ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ଲେଖାଯାଇଛି। ବଲାଙ୍ଗୀର ଭଳି ଏକ ଛୋଟ ଜିଲ୍ଲାରେ ‌ଜଣେ ମଦ ବ୍ୟବସାୟୀ ପାଖରେ ଶହ ଶହ କୋଟି ଟଙ୍କା ଗଚ୍ଛିତ ଥିବା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଭାଟି ସହ ସଂପୃକ୍ତ ଥିବା ବିଭିନ୍ନ ରାଜନୈତିକ ଦଳ ଏବେ ପ୍ରମାଦ ଗଣିବା ଆରମ୍ଭ କଲେଣି। ମୋଦୀ ପରୋକ୍ଷରେ କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ ମଧ୍ୟ ଏହା ଓଡ଼ିଶା ରାଜନୀତିକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ରହିଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe