କସୁରବନ୍ଧ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା: ଭୋଟ୍‌ ଦେଇନଥିବା କହି ମାଡ଼, ଜଣେ ଗୁରୁତର

Advertisment
କସୁରବନ୍ଧ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା: ଭୋଟ୍‌ ଦେଇନଥିବା କହି ମାଡ଼, ଜଣେ ଗୁରୁତର

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କସୁରବନ୍ଧ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ସାମ୍ନାକୁ ଆସିଛି। କିଛି ଲୋକ ତାଙ୍କ ଦଳକୁ ଭୋଟ୍‌ ଦେଇ ନଥିବା କହି ସାନଡୁଙ୍ଗୁରିପାଲିର ପଞ୍ଚାନନ କର୍ଣ୍ଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବୁଧବାର ସାନଡୁଙ୍ଗୁରିପାଲି ଗ୍ରାମର ପଞ୍ଚାନନ କର୍ଣ୍ଣ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆଁପାଲି କିଓସ୍କରୁ ଟଙ୍କା ଉଠାଇ ନିଜ ଘରକୁ ଫେରୁଥିଲେ। ମଶିଣାପଡ଼ାରେ ଉକ୍ତ ଗ୍ରାମର ଷଷ୍ଠୀ ବାଘ, ଦାମୋଦର ମହାଲିକ ଓ ବଳଦେବ ମଲିକ ତାଙ୍କୁ ରାସ୍ତାରେ ଅଟକାଇ ଆମ ଦଳକୁ କାହିଁକି ଭୋଟ୍‍ ଦେଇନୁ କହି ମିଳିତ ଭାବରେ ଆକ୍ରମଣ କରିଥିଲେ। ତାଙ୍କ ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଆକ୍ରମଣରେ ଶିକାର ହୋଇଥିବା ପଞ୍ଚାନନଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ବାବଦରେ ପଞ୍ଚାନନଙ୍କ ସ୍ତ୍ରୀ କାନ୍ତ କର୍ଣ୍ଣ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ମନମୁଣ୍ଡା ଥାନାଧିକାରୀ ଗୋପୀନାଥ ପ୍ରଧାନଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କସୁରବନ୍ଧ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଲାଗି ରହିଛି। ଏନେଇ ବାରମ୍ବାର ପୁଲିସ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe