ନିର୍ବାଚନୀ ହିଂସା ସନ୍ଦେହ: ପୂର୍ବତନ ସରପଞ୍ଚଙ୍କ କାରକୁ ଜାଳି ଦେଲେ ଦୁର୍ବୃତ୍ତ

Advertisment
ନିର୍ବାଚନୀ ହିଂସା ସନ୍ଦେହ: ପୂର୍ବତନ ସରପଞ୍ଚଙ୍କ କାରକୁ ଜାଳି ଦେଲେ ଦୁର୍ବୃତ୍ତ

ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚlୟତ ନିର୍ବାଚନ ସାରିଥିବା ବେଳେ ଗତକାଲି ଥିଲା ପ୍ରଥମ ଦିନର ଭୋଟ ଗଣତି। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚlୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗତକାଲି ରାତିରେ ଷ୍ଟଲରେ ପୂର୍ବତନ ସରପଞ୍ଚ ଅଞ୍ଜନା ମେହେରଙ୍କ ଆରଟିକା ଗାଡି ଥିଲା। ଉପରୁ ଅଜବେଷ୍ଟସକୁ କାଟି କିରୋସିନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସରପଞ୍ଚ ଅଞ୍ଜନା ମେହେର।

publive-image

ଗତ ୨୦୧୭ରେ ସରପଞ୍ଚ ହୋଇଥିଲେ ଅଞ୍ଜନା। ଏଥର କିନ୍ତୁ ନିଜ ଗାଁର ସରପଞ୍ଚ ପ୍ରାର୍ଥୀଙ୍କୁ ସହଯୋଗ କରୁଥିବା ସନ୍ଦେହ କରି କିଛି ଦିନ ଆଗରୁ ବିରୋଧୀ ଗୋଷ୍ଠୀର ସରପଞ୍ଚ ପ୍ରାର୍ଥୀଙ୍କ ଲୋକମାନେ ଅଞ୍ଜନା ମେହେରଙ୍କ ଘରକୁ ପଥର ମାରି ଆକ୍ରମଣ କରିଥିଲେ। ତେବେ ବିରୋଧୀ ଗୋଷ୍ଠୀର ଦୁର୍ବୃତ୍ତମାନେ ହିଁ ନିର୍ବାଚନ ହିଂସାରେ ଗାଡ଼ିକୁ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ନିଆଁ ଲଗାଇ ଫେରାର ମାରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକ ଏହା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ।

publive-image

ତୁରନ୍ତ ରାତିରେ ବଙ୍ଗୋମୁଣ୍ଡା ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ଗାଡ଼ିଟି ନିଆଁରେ ପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିଏ କିଏ ଓ କଣ ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣାପଡିନାହିଁ। ଏପଟେ କିନ୍ତୁ ନିଆଁ ଲଗାଇଥିବା ଲୋକଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂର୍ବତନ ସରପଞ୍ଚ ଅଞ୍ଜନା ମେହେର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe