ଦିଗପହଣ୍ଡିରେ ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚ-ସରପଞ୍ଚ ଗୋଷ୍ଠୀ ହଣାହଣି

ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ରକ୍ତପାତ ଥମିବାର ନାଁ ନେଉନି। ମାସକ ଭିତରେ ଦୁଇ ଦୁଇଟି ଡବଲ୍‌ ମର୍ଡର ଓ ସୁପାରିକିଲିଂ ନିର୍ବାଚନମଣ୍ଡଳୀରେ ଆତଙ୍କ ଓ ଭୟର ବାତାବରଣ ଖେଳାଇ ଦେଇଛି। ଏପରିସ୍ଥଳେ ଗତକାଲି ବିଳମ୍ବିତ ରାତିରେ ଏଠାରେ ତୃତୀୟ ରାଜନୈତିକ ହିଂସା ଘଟିଛି।

କୁକୁଡ଼ାଖଣ୍ଡି ବ୍ଲକ୍‌ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀ ଓ ତାଙ୍କ ସମର୍ଥକଙ୍କୁ ବର୍ତ୍ତମାନର ବିଜୟୀ ସରପଞ୍ଚ କେ.ବୁଲୁ ପାତ୍ର ଓ ତାଙ୍କର ୧୫ରୁ ଊର୍ଦ୍ଧ୍ବ ସମର୍ଥକ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଫଳରେ ପୂର୍ବତନ ସରପଞ୍ଚ ମନୋଜ ଓ ତାଙ୍କର ଦୁଇ ସହଯୋଗୀ ଦୁର୍ଗାପ୍ରସାଦ ପ୍ରଧାନ ଏବଂ ଶଙ୍କର ଜେନା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମନୋଜଙ୍କ ମୁଣ୍ଡରେ ଗଭୀର ଖଣ୍ଡାଚୋଟ ଲାଗିବା ସହ ପାଦର ଅଙ୍ଗୁଳି କଟି ଯାଇଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଗାଁ ରାସ୍ତାରେ ଯାତ୍ରା ସମୟରେ ରକ୍ତାକ୍ତ ଆକ୍ରମଣ ଏବଂ ମନୋଜ ଓ ସହଯୋଗୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଭୟରେ ସହଯୋଗୀଙ୍କ ସହ ସରପଞ୍ଚ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe