ଗୌଡ଼ଗାଁରେ ରାଜନୈତିକ ହିଂସା: ୨ ଜଣଙ୍କ ମୁଣ୍ଡରେ ଚୋଟ ପଡ଼ିଲା

Advertisment

ମହିଳାଙ୍କୁ ଅସଦାଚରଣ! ୩ ଗିରଫ, ୬ ଫେରାର୍

ମହିଳାଙ୍କୁ ଅସଦାଚରଣ! ୩ ଗିରଫ, ୬ ଫେରାର୍

ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ କେ.ନୂଆଗାଁ ଥାନା ଗୌଡ଼ଗାଁ ପଞ୍ଚାୟତରେ ଲାଗି ରହିଥିବା ରାଜନୈତିକ ଛକାପଞ୍ଝା ଏବଂ ବିବାଦ ଉଗ୍ରରୂପ ନେଇଛି। ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ଜାମସାହି ବସ୍ତିରେ ପ୍ରତିପକ୍ଷ ଗୋଷ୍ଠୀ ଏକ ଘରେ ପଶି ୨ ଜଣ ଯୁବକଙ୍କ ମୁଣ୍ଡରେ କାତି ଚୋଟ ପକାଇ ହତ୍ୟା ଉଦ୍ୟମ କରିଛନ୍ତି। ଏହାସହ ମହିଳାମାନଙ୍କୁ ଅସଦାଚରଣ କରିଛନ୍ତି। ଏସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ସହ ବିଶ୍ବନାଥ ନାଇକ, ତ୍ରିନାଥ ନାଇକ ଏବଂ ପ୍ରଫୁଲ୍ଲ ନାଇକକୁ ଗିରଫ କରାଯାଇଛି।

ମିଳିଥିବା ସୂଚନାନୁସାରେ, ଗତକାଲି ରାତିରେ ୯ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ତଥା ପ୍ରତିପକ୍ଷ ଗୋଷ୍ଠୀର ନରୋତ୍ତମ ନାଇକ ଏବଂ ମୀନକେତନ ନାଇକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଉଭୟ ପ୍ରାଣ ବିକଳରେ ଘର ଭିତରକୁ ପଳାଇବାରୁ ସେମାନେ ଘରେ ପଶି ମୁଣ୍ଡକୁ କାତିରେ ହାଣିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଘରେ ଥିବା ମହିଳାମାନଙ୍କୁ ଅସଦାଚରଣ କରିଥିଲେ। କେ.ନୂଆଗାଁ ଥାନା ଓ ନୂଆପଡ଼ା ଫାଣ୍ଡି  ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe