ବଲାଙ୍ଗୀରର ଜଣାଶୁଣା ସଂଗଠକ ତଥା ରାଜନେତା ଗିରିଧାରୀ ପତିଙ୍କ ପରଲୋକ

Advertisment
ବଲାଙ୍ଗୀରର ଜଣାଶୁଣା ସଂଗଠକ ତଥା ରାଜନେତା ଗିରିଧାରୀ ପତିଙ୍କ ପରଲୋକ

ବଲାଙ୍ଗୀର : ବଲାଙ୍ଗୀରର ଜଣାଶୁଣା ସଂଗଠକ ତଥା ରାଜନେତା ଗିରିଧାରୀ ପତି(୫୬)ଙ୍କର ପରଲୋକ ଘଟିଛି। ସେ ଗତ କିଛିମାସ ହେଲା ଗଳା କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ରହିଥିଲେ। ବୁର୍ଲା ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଥିଲା।

ବଲାଙ୍ଗୀର ହାଟପଦାପଡ଼ା ନିବାସୀ ଗିରିଧାରୀ ଜଣେ ଟାଣୁଆ ନେତା ଭାବରେ ପରିଚୟ ସୃଷ୍ଟି କରିଥିଲେ। ଛାତ୍ର ଜୀବନରୁ ରାଜନୀତିକୁ ଆସିଥିଲେ ସ୍ୱର୍ଗତ ଗିରିଧାରୀ। ପରେ ଯୁବ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିଲେ। ଜିଲ୍ଲା ସଭାପତି ରହିବା ସହ ସେ ପରବର୍ତ୍ତୀ ସମୟରେ ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ରହିଥିଲେ। ତାଙ୍କର ସଂଗଠନକୁ ଦେଖି କଂଗ୍ରେସ ଦଳରୁ ତାଙ୍କୁ ୧୯୯୫ ମସିହାରେ ଲୋଇସିଂହା ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ଅଳ୍ପ ଭୋଟ ବ୍ୟବଧାନରେ ସେ ହାରିଯାଇଥିଲେ। ପରେ ୨୦୦୦ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ସେ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ସେଥର ମଧ୍ୟ ହାରିଯାଇଥିଲେ। ଲୋଇସିଂହାରେ ଜିଲ୍ଲା ପରିଷଦ ଆସନରୁ ଛିଡ଼ା ହୋଇ ସେ ସଫଳତା ପାଇଥିଲେ। ପରେ କଂଗ୍ରେସ ଦଳ ଛାଡ଼ି ବିଜେଡିକୁ ଯାଇଥିଲେ। ତତ୍କାଳୀନ ବଲାଙ୍ଗୀର ବିଧାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବରେ ରହି ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱରେ ରହିଥିଲେ। କ୍ରୀଡ଼ା କ୍ଷେତ୍ରରେ ମଧ୍ୟର ତାଙ୍କର ସ୍ୱତନ୍ତ୍ର ପରିଚୟ ସେ ଯୁବାବସ୍ଥାରେ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ଆଜି ବଲାଙ୍ଗୀର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe