ବବିଙ୍କ ଭାଷଣକୁ ନେଇ ରାଜନୀତି ସରଗରମ

Advertisment

ବିଜେଡିର ଜନସଂପର୍କ ପଦଯାତ୍ରା ଅବସରରେ ଗତକାଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଷଣକୁ ନେଇ ରାଜ‌ନୀତି ପାଣିପାଗ ସରଗରମ ହୋଇଛି। ଗଣମାଧ୍ୟମରେ ବବିଙ୍କ ଭାଷଣ ପ୍ରଚାର ହେବା ପରେ ଆଜି ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ସଭାପତି ସରୋଜ...

ବିଜେଡିର ଜନସଂପର୍କ ପଦଯାତ୍ରା ଅବସରରେ ଗତକାଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଷଣକୁ ନେଇ ରାଜ‌ନୀତି ପାଣିପାଗ ସରଗରମ ହୋଇଛି। ଗଣମାଧ୍ୟମରେ ବବିଙ୍କ ଭାଷଣ ପ୍ରଚାର ହେବା ପରେ ଆଜି ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ସଭାପତି ସରୋଜ...

କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ: ଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା

ଯାଜପୁର ସଦର: ବିଜେଡିର ଜନସଂପର୍କ ପଦଯାତ୍ରା ଅବସରରେ ଗତକାଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଷଣକୁ ନେଇ ରାଜ‌ନୀତି ପାଣିପାଗ ସରଗରମ ହୋଇଛି। ଗଣମାଧ୍ୟମରେ ବବିଙ୍କ ଭାଷଣ ପ୍ରଚାର ହେବା ପରେ ଆଜି ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ସଭାପତି ସରୋଜ ମହାପାତ୍ର ଓ ବିଧାୟିକା ସୁଜାତା ସାହୁ ପ୍ରତିକ୍ରିୟା ରଖିଛନ୍ତି। ବବିଙ୍କ ଭାଷଣକୁ ଭିନ୍ନ ଅର୍ଥରେ ପରିବେଷଣ କରାଯାଉଛି। ସେ ନିର୍ବାଚନ ଲଢ଼ିବେ ନାହିଁ। ତେଣୁ ଯାଜପୁରରେ ଉପନିର୍ବାଚନର ପ୍ରଶ୍ନ ଉଠୁନାହିଁ ବୋଲି ଉଭୟ ମତ ଦେଇଛନ୍ତି। ବିଧାୟିକା ସୁଜାତା ସାହୁ କହିଛନ୍ତି, ଏହା କେବଳ ଗଣମାଧ୍ୟମର ଚର୍ଚ୍ଚା। ତାଙ୍କୁ ଏ ସଂପର୍କରେ କିଛି କୁହାଯାଇନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ଟିକେଟ୍‌ ଦେଇଛନ୍ତି। ଜଣେ ମା’ ହିସାବରେ ସାଂସଦ ପ୍ରମିଳା ବିଷୋୟୀ ଯେମିତି ୫ ବର୍ଷ ରହିଥିଲେ, ସେ ମଧ୍ୟ ଯାଜପୁରବାସୀଙ୍କ ସହିତ ରହି ପାଞ୍ଚ ବର୍ଷ ସେବା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବବି ଏ ପ୍ରସଙ୍ଗରେ ଆଉ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ଏହି ଘଟଣାକୁ ନେଇ ବିଜେପି ନେତା ତଥା ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ବବିଙ୍କୁ ଘେରିଛନ୍ତି। କହିଛନ୍ତି, ଏହା ବିଜେଡିର ଏକ ଚାଲ୍‌। ଉପନିର୍ବାଚନକୁ ଯିବା ପୂର୍ବରୁ ଏଭଳି ପ୍ରଚାର କରି ସେମାନେ ‌ଲୋକଙ୍କ ମତିଗତି ପରଖୁଛନ୍ତି। ଯଦି ବି କେବେ ଉପନିର୍ବାଚନ ହୁଏ, ତେବେ ଏଠାରେ ବିଜେପି ହିଁ ବିଜୟୀ ହେବ। ଗତ ନିର୍ବାଚନରେ ଅଳ୍ପ ଭୋଟ୍‌ ବ୍ୟବଧାନ ଦେଖିବା ପରେ ବିଜେଡି ପାଦ ତଳୁ ମାଟି ଖସିଛି।

ଉପନିର୍ବାଚନକୁ ନା କଲେ ଯାଜପୁର ଜିଲ୍ଲା ବିଜେଡି ସଭାପତି
ପ୍ରମିଳା ବିଷୋୟୀଙ୍କ ଭଳି ୫ବର୍ଷ ସେବା କରିବି: ବିଧାୟିକା ସୁଜାତା
ବିଜେଡି ଏମିତି ପ୍ରଚାର କରି ଲୋକଙ୍କ ମତିଗତି ପରଖୁଛି: ଗୌତମ

ସୂଚନା‌ଯୋଗ୍ୟ, ଗତକାଲି ବିଜେଡିର ଜନସଂପର୍କ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଲୋକଙ୍କ ସମର୍ଥନ ଦେଖି ଉତ୍ସାହିତ ହୋଇପଡିଥିଲେ। ତାଙ୍କୁ ଏବେ ଶତ ସିଂହର ବଳ ଆସୁଛି, ସେ ଲଢ଼ିବାକୁ ପ୍ରସ୍ତୁତ ବୋଲି ଖୋଲା ମଞ୍ଚରେ କହିଥିଲେ। ବବିଙ୍କ ଏଭଳି ମନ୍ତବ୍ୟ ଉପନିର୍ବାଚନକୁ ଖୋରାକ ଯୋଗାଉଥିବା ଚର୍ଚ୍ଚା ହୋଇଥିଲା। ଆଜି ସକାଳେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ଏହି ପ୍ରସଙ୍ଗରେ ସଫେଇ ଦେଇଥିଲେ। ବବି ଲଢ଼ିବା କଥା କହିଛନ୍ତି, ନିର୍ବାଚନ ନୁହେଁ। ବିକାଶ ପାଇଁ ଲଢ଼ିବାକୁ ସେ କହିଛନ୍ତି। ଏବେ ଉପନିର୍ବାଚନର ପ୍ରଶ୍ନ ଉଠୁନାହିଁ। ନିର୍ବାଚନ ଫଳ ପ୍ରକାଶ ପରଦିନ ବିଜୟୀ ସୁଜାତା ସାହୁ ପ୍ରଣବଙ୍କୁ ଯାଜପୁରରୁ ଲଢ଼ିବାକୁ ଅନୁରୋଧ କରିଥିଲେ। ମାତ୍ର ସେ ଦିନ ପ୍ରଣବ ଏହାକୁ ଆଗ୍ରାହ୍ୟ କରି ଦେଇଥିଲେ। କ୍ଷମତା ପାଇଁ ପ୍ରଣବ ନିହାତି ଜଣେ ବିଧାୟକ ହେବା ଜରୁରୀ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ମୋର ଇସ୍ତଫା ଦେବାର ନାହିଁ ବୋଲି ବିଧାୟିକା ସୁଜାତା କହିଛନ୍ତି। ଏହା ଗଣମାଧ୍ୟମର ଚର୍ଚ୍ଚା। ସେଥିରେ କିଛି ଭତ୍ତି ନାହିଁ। ବବି ବାବୁ ତାଙ୍କୁ ସମର୍ଥନ ଦେଇ ବିଜୟୀ କରାଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଓ ସେମାନଙ୍କ ସ୍ବର ହେବାକୁ ସେ ବିଧାନସଭା ଯାଇଛନ୍ତି। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେ ଲୋକଙ୍କ ସହିତ ଯୋଡ଼ିହୋଇ ସେବା କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe