ଝାଡ଼ଖଣ୍ଡ ପଟେ ମତଦାନ ସରିଲା, ଏବେ ଓଡ଼ିଶା ଉପରେ ନକ୍ସଲଙ୍କ ନଜର

Advertisment

ସୀମାନ୍ତ ଗାଁରେ ମାଓପୋଷ୍ଟର, ମତଦାନରୁ ବିରତ ରହିବାକୁ ଧମକ

ସୀମାନ୍ତ ଗାଁରେ ମାଓପୋଷ୍ଟର, ମତଦାନରୁ ବିରତ ରହିବାକୁ ଧମକ

ଝାଡ଼ଖଣ୍ଡ ପଟେ ମତଦାନ ସରିଲା, ଏବେ ଓଡ଼ିଶା ଉପରେ ନକ୍ସଲଙ୍କ ନଜର

ରାଉରକେଲା: ନିର୍ବାଚନ ଭଣ୍ଡୁର କରିବାକୁ ନକ୍ସଲ ସଙ୍ଗଠନ ସୀମାନ୍ତରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଉଛନ୍ତି। ସୁରକ୍ଷା ଓ ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ବିଛାଉଛନ୍ତି ଲ୍ୟାଣ୍ଡ ମାଇନ୍‌। ଓଡ଼ିଶା-ଝାଡ଼ଖଣ୍ଡ ସରଣ୍ଡା ଓ କୋହ୍ଲାଣ ଜଙ୍ଗଲରେ ନକ୍ସଲ ସଙ୍ଗଠନର ନେତୃତ୍ବ ନେଉଛନ୍ତି ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିସ୍‌ରି ବେଶ୍ରା ଓ ତାଙ୍କ ଘନିଷ୍ଠ ସହଯୋଗୀ। ସୀମାନ୍ତ ଗାଁରେ ଗଛ, କାନ୍ଥ ଓ ପାଚେରିରେ ପୋଷ୍ଟର ମାରି ଭୋଟର ଓ ପୁଲିସକୁ ଖୋଲାଖୋଲି ଧମକ ଦେଉଛନ୍ତି। ନିର୍ବାଚନ ପ୍ରଚାରରେ ଆସୁଥିବା ନେତାମାନଙ୍କୁ ଗାଁକୁ ପୂରାଇ ନ ଦେବାକୁ ପୋଷ୍ଟର ଜରିଆରେ ଧମକଚମକ ଦେଉଛନ୍ତି। ୧୩ ତାରିଖ ସୋମବାର ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ନକ୍ସଲ ପ୍ରଭାବିତ ମନୋହରପୁରରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ପୂର୍ବରୁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମତଦାନ କେନ୍ଦ୍ରକୁ ନ ଯିବାକୁ ଧମକ ଦେଇଥିଲେ। ଏହା ସତ୍ତ୍ବେ ବହୁ ସଂଖ୍ୟାରେ ଲୋକ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି।

ମଙ୍ଗଳବାର ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ମିଳିତ ଅପରେସନ୍‌ ବେ‌ଳେ ସୀମାନ୍ତ ଗାଁରେ ଲାଗିଥିବା ଧମକପୂର୍ଣ୍ଣ ପୋଷ୍ଟରଗୁଡ଼ିକୁ ଜବତ କରିଛନ୍ତି। ଦୀର୍ଘ ୨୫ ବର୍ଷ ପରେ ସରଣ୍ଡାରେ ପ୍ରଥମ କରି ମତଦାନ କେନ୍ଦ୍ର ହୋଇଥିବାରୁ ମାଓବାଦୀମାନେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ନକ୍ସଲ ପ୍ରଭାବିତ ଝାଡ଼ଖଣ୍ଡ ପଟେ ଭୋଟ ଶେଷ ହୋଇଥିଲାବେଳେ ଏବେ ଓଡ଼ିଶା ପଟେ ୨୦ ତାରିଖରେ ମତଦାନ ହେବ। ତେଣୁ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଖୋଲା‌ ଚାଲେଞ୍ଜ ଦେଇ ସେଦିନ ମତଦାନ କରାଇ ନ ଦେବାକୁ ଧମକ ଦେଇଛନ୍ତି ମାଓବାଦୀ। ସରଣ୍ଡା ଜଙ୍ଗଲରେ ଶିବିରମାନେ କରି ହିଂସାକାଣ୍ଡ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ପୁଲିସକୁ ସୂଚନା ମିଳିଛି। ମାଓବାଦୀମାନେ ନିୟମିତ ଧମକପୂର୍ଣ୍ଣ ପୋଷ୍ଟର ଲଗାଉଥିବାରୁ ଓଡ଼ିଶା ସୀମାନ୍ତ ଗାଁରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସଂଧ୍ୟା ‌ହେଲେ ଘରୁ ବାହାରୁ ନାହାନ୍ତି। ଆସନ୍ତା ୨୦ ସୁନ୍ଦରଗଡ଼ ଜିଲ୍ଲାରେ ହେବାକୁ ଯାଉଥିବା ମତଦାନ ପୂର୍ବରୁ ମାଓମାଦୀମାନେ ବଡଧରଣ ହିଂସାକାଣ୍ଡ ଘଟଣାଇବା ଯୋଜନା କରୁଥିବାରୁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଯାନବାହନଗୁଡ଼ିକୁ ସୀମାନ୍ତରେ କଡ଼ାକଡି ଯାଞ୍ଚ କରାଯାଉଛି। ବିଶେଷ କରି ବସ୍‌, ଅଟୋ, ଟ୍ରକ, ଡମ୍ପର ଓ ବଲେରୋଗୁଡ଼ିକର ତନ୍ନତନ୍ନ ଯାଞ୍ଚ ହେଉଛି। ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe