ହୃଦ୍‌ଘାତରେ ପୁଲିଂ ଅଧିକାରୀଙ୍କ ମୃତ୍ୟୁ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ବ୍ରଜରାଜନଗର: ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ। ହେଲେ ଏହା ପୂର୍ବରୁ ଘଟିଛି ଅଘଟଣ। ହୃଦ୍‌ଘାତରେ ଜଣେ ପୁଲିଂ ଅଧିକାରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଅଧିକାରୀ ଜଣଙ୍କ ବ୍ରଜରାଜନଗର ଥାନ ଲୁଇସିଙ୍ଗ ପଞ୍ଚାୟତ ଚାରଭାଟି ଫଲସାଢ଼ିପା ୧୬୯ ନମ୍ବର ବୁଥ୍‌ରେ ଦ୍ବିତୀୟ ପୁଲିଂ ଅଧିକାରୀ ଭାବେ ନିଯୁକ୍ତ ଥିଲେ। ସେ ହେଲେ ଦିଲ୍ଲୀପ ଖଡ଼ିଆ (୪୬)। ଘର ଝାରସୁଗୁଡା ଥାନା ତାଳପଟିଆ ଟାଙ୍ଗରପାଲି ଗ୍ରାମରେ। ଭୋଟ୍‌ ଗ୍ରହଣ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ରାତି ପ୍ରାୟ ୮ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରଜରାଜନଗର କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବରପାଇ ଜିଲ୍ଲାପାଳ ସରୋଜ କୁମାର ସାମିଲ ମେଡିକାଲ୍‌ରେ ପହଞ୍ଚିଛନ୍ତି। ଦିଲ୍ଲୀପ ତାଳପଟିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe