Sam Houston Heart and Vascular
ଡୁଡୁକା: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ବକଟି ଗ୍ରାମର ତଥା ପଟୁଆପାଲି ଉପ୍ରାସ୍କୁଲର ଶିକ୍ଷକ ସୁଶୀଳ ଆଚାର୍ଯ୍ୟ (୫୨ବର୍ଷ)ଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସୂଚନାମତେ, ରବିବାର ଟିଟିଲାଗଡ଼ ଡିଏଭି କଲେଜ୍କୁ ନିର୍ବାଚନ ପାଇଁ ସେକେଣ୍ଡ ପୋଲିଂ ଅଫିସର ଭାବେ ନିଯୁକ୍ତି ହୋଇ ଯାଇଥିଲେ। ସେଠାରେ ଅସୁସ୍ଥ ଅନୁଭବ କରିବାରୁ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଲିଂ ଅଫିସରଙ୍କ ମୃତ୍ୟୁକୁ ନେଇ ସିଇଓଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି | ମୃତ ପୋଲିଂ କର୍ମଚାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି | ଇସିଆଇ ଗାଇଡଲାଇନ ଅନୁସାରେ ଅନୁକମ୍ପା ରାଶି ଦେବାକୁ ଘୋଷଣା କରାଯାଇଛି |
Follow Us