New Indian Express
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ୍ କଣ୍ଟାପାଳ କଲୋନି ଉପ୍ରା ସ୍କୁଲ୍ରେ ସ୍ଥାପିତ ୪୧ ନମ୍ବର ବୁଥ୍ର ପୋଲିଂ କର୍ମଚାରୀ ନବକିଶୋର ନାୟକ(୪୨)ଙ୍କର ଆଜି ମଧ୍ୟାହ୍ନରେ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି।
ନବକିଶୋର ହିନ୍ଦୋଳ ପ୍ରାଣୀ ଚିକିତ୍ସାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟ କରୁଥିଲେ। କାମାକ୍ଷାନଗର କଲେଜରେ ନିର୍ବାଚନ ପାଇଁ ସ୍ଥାପିତ ଅସ୍ଥାୟୀ କାର୍ଯ୍ୟାଳୟରେ ସେ ଗତ ରବିବାର ଯୋଗଦେଇ ସେଠାରୁ କଣ୍ଟାପାଳ ବୁଥ୍କୁ ଯାଇଥିଲେ। ଆଜି ଭୋଟ୍ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ସୁବାସଚନ୍ଦ୍ର ମଣ୍ଡଳ କହିଛନ୍ତି। କାମାକ୍ଷାନଗର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର୍ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି ‘ନବକିଶୋରଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପ୍ରଶାସନ ମର୍ମାହତ। ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ସରକାରଙ୍କ ନିୟମ ଅନୁସାରେ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ।’
Follow Us