ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ରହ୍ମପୁରରେ ପ୍ରସ୍ତୁତି

Advertisment
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ରହ୍ମପୁରରେ ପ୍ରସ୍ତୁତି

ବ୍ରହ୍ମପୁର: ଗୁରୁବାର ଦିନ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆସିକା ସଂସଦୀୟ କ୍ଷେତ୍ର ଓ ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିରେ ୧୯୪୬ଟି ବୁଥ୍‌ରେ ୧୭ ଲକ୍ଷ ୬୯ ହଜାର ୬୪ ଜଣ ଭୋଟଦାତା ୫୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

୨୧ଟି ବୁଥ୍‌ରେ ସିସିଟିଭି, ୨୧୩ଟି ବୁଥ୍‌ରେ େଓ୍ଵବ୍‌ କାଷ୍ଟିଙ୍ଗ୍‌, ୭୨ଟି ବୁଥ୍‌ରେ ଭିଡିଓ ଗ୍ରାଫିକ୍‌ ଓ ୮୪ଟି ବୁଥ୍‌ରେ ଫଟୋ ଉତ୍ତୋଳନର ବ୍ୟବସ୍ଥା କରାଯାଇଛି।

୧୨, ୮୬୪ ଜଣ ପୁଲିଙ୍ଗ୍‌ ଅଫିସର୍‌ ଏବଂ ୩୮୯୨ ଜଣ ଭଲ୍ୟୁଣ୍ଟର୍‌ଙ୍କୁ ସେ ସବୁ ବୁଥ୍‌ଗୁଡ଼ିରେ ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅପ୍ରୀତିକର ପରିସ୍ଥିତର ମୁକାବିଲା କରିବାକୁ ଏବଂ ସୂଚାରୁ ରୂପେ ଭୋଟ୍‌ ଗ୍ରହଣ କରାଇବାକୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିବା କଥା ଗଞ୍ଜାମ ଏସ୍‌ପି ବ୍ରଜେଶ ରାଏ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe