ଅପରାହ୍ଣ ୩ଟା ସୁଦ୍ଧା ବାଲେଶ୍ବରରେ ୫୪.୮୫ ପ୍ରତିଶତ ଓ ତିର୍ତ୍ତୋଲରେ ୫୫.୨୩ ପ୍ରତିଶତ ମତଦାନ

ଅପରାହ୍ଣ ୩ଟା ସୁଦ୍ଧା ବାଲେଶ୍ବରରେ ୫୪.୮୫ ପ୍ରତିଶତ ଓ ତିର୍ତ୍ତୋଲରେ ୫୫.୨୩ ପ୍ରତିଶତ ମତଦାନ

ଭୁବନେଶ୍ବର/ପାରାଦୀପ: ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ। କ୍ରମଶଃ ମତଦାନ ହାର ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଅପରାହ୍ଣ ୩ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୫୫.୦୪ ପ୍ରତିଶତ ଭୋଟ୍ ହୋଇଛି। ଏହି ସମୟ ସୁଦ୍ଧା ବାଲେଶ୍ବର ସଦରରେ ମତଦାନ ହାର ୫୪.୮୫ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୫୫.୨୩ ପ୍ରତିଶତ ରହିଛି। ଉଲ୍ଲେଖନୀୟ ହେଲା ବାଲେଶ୍ବର ଓ ତିର୍ତ୍ତୋଲରେ ମତଦାନ ହାର ଗତ ୨ ଘଣ୍ଟା ମଧ୍ୟରେ ଆଖିଦୃଶିଆ ଭାବେ ବଢ଼ିଛି।

ଆଜି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିଲା। ଏଥିମଧ୍ୟରୁ ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଥିଲା ।

ସୂଚନାଯୋଗ୍ୟ, ପୂର୍ବାହ୍ନ ୧୧ଟା ସୁଦ୍ଧା ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୨୬.୨୪ ପ୍ରତିଶତ ମତଦାନ ହୋଇଥିଲା। କେବଳ ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଥିଲା। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୨୨.୯୩%, ରଘୁନାଥପୁର ବ୍ଲକରେ ୨୫.୬୩% ଓ ତିର୍ତ୍ତୋଲ ବ୍ଲକରେ ୨୫.୭୭% ମତଦାନ ହୋଇଥିଲା। ଏଠାରେ ମାତ୍ର ୫୯, ୧୬୧ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe