ଅଂଶୁଘାତର ଶିକାର ହେଲେ ପୋଲିଙ୍ଗ କର୍ମଚାରୀ

ଅଂଶୁଘାତର ଶିକାର ହେଲେ ପୋଲିଙ୍ଗ କର୍ମଚାରୀ

ବାଲିପାଟଣା: ରାଜ୍ୟରେ ଗୀଷ୍ମଲହରି ଜାରି ଥିବା ବେଳେ ଭୁବନେଶ୍ବର ଲୋକସଭା କ୍ଷେତ୍ର ଅଧୀନ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଥିବା ଜଣେ ପୋଲିଂ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ୧୧୧ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକ ମଝିହରା ବୁଥର ଜନୈକ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି। ମତଦାନ ଚାଲିଥିବା ସମୟରେ ପ୍ରବଳ ଗୁଳୁଗୁଳି ଯୋଗୁଁ ଫାଷ୍ଟ ପୋଲିଙ୍ଗ ଅଫିସର ହିମାଂଶୁ ଶେଖର ପାଢ଼ୀ ( ୩୩ ) ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଅଂଶୁଘାତ କକ୍ଷରେ ରଖାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe