ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା: କାଗଜକଳରେ ଉତ୍ପାଦନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Advertisment
ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା: କାଗଜକଳରେ ଉତ୍ପାଦନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଜୟପୁର: ଗାଗାନାପୁରସ୍ଥିତ କାଗଜକଳ କେତେବେଳେ କଂଚାମାଲ କାଠ ଅଭାବରୁ ତ ଆଉ କେତେବେଳେ ଯନ୍ତ୍ରାଂଶ, ବୈଦ୍ୟୁତିକ ଯନ୍ତ୍ରାଂଶ ମରାମତି ନାଁରେ ବନ୍ଦ ରହୁଛି। ତେବେ ଗତ କାଲି ଠାରୁ  ପରିବେଶ ପ୍ରଦୁଷଣ ବୋର୍ଡର ରହିଥିବା ନିୟମ ଉଲଂଘନ କରିବା କାଗଜକଳ ପାଇଁ ମହଙ୍ଗା ପଡ଼ିଛି। ନୂଆ ନିୟମ ଅନୁଯାୟୀ ଅନଲାଇନ୍ ଯନ୍ତ୍ରାଂଶ ସବୁ ଖଂଜିବା ପର୍ଯ୍ୟନ୍ତ କାଗଜକଳରୁ ଉତ୍ପାଦନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପରିବେଷ ପ୍ରଦୂଷଣ ବୋର୍ଡ। ଏହାର ସଜାଡ଼ିବା କାମ ଆରମ୍ଭ ହୋଇ ସାରିଥିବା କହିଛନ୍ତି ମାନବସମ୍ବଳ ବିଭାଗ ମୁଖ୍ୟ ରମେଶ ଯାଦବ।

ବାରମ୍ବାର କଂଚାମାଲ ପାଇଁ ବନ୍ଦ ରହୁଥିବା କାଗଜକଳ ଗତ କିଛି ଦିନ ହେବ  ଧିରେ ସୁସ୍ଥେ ଚାଳିଥିଲା। ତେବେ  ଗତ କାଲି ଠାରୁ ରାଜ୍ୟ ପରିବେଶ ପ୍ରଦୂଷଣ ବୋର୍ଡ ଅନଲାଇନରେ ବାୟୁ ପ୍ରଦୁଷଣ ଓ ଜଳ ପ୍ରଦୁଷଣର ସ୍ତର ପ୍ରଦର୍ଶିତ ନ କରିବା ପର୍ଯ୍ୟନ୍ତ କାଗଜକଳକୁ ବନ୍ଦ ରଖିବାକୁ କଡ଼ା ଚେତାବନୀ ଦେଇ ଚିଠି ଦେଇଛି। ଏହି କ୍ରମରେ ଗତ କାଲି ଠାରୁ କାଗଜକଳକୁ ବନ୍ଦ କରି ଏହି ଯନ୍ତ୍ରାଂଶ ଗୁଡିକୁ ଖଂଜିବା କାମ ଆରମ୍ଭ ହୋଇଥିବା କହିଛନ୍ତି ମାନବସମ୍ବଳ ବିଭାଗ ମୁଖ୍ୟ। ସଂପ୍ରତି କଂଚାମାଲ କାଠ ବି କମି କମି ଆସିଲାଣି। ତେବେ ଏହି ଯନ୍ତ୍ରାଂଶ ଲାଗିବା ମଧ୍ୟରେ କାଠ ବି ପହଚିଂବ ବୋଲି କହିଛନ୍ତି ଶ୍ରୀଯାଦବ। ଅପରପକ୍ଷରେ ନୂଆ ପରିଚାଳନା କର୍ତ୍ତୃପକ୍ଷ କାଗଜକଳକୁ ନେବା ପରେ ରାୟଗଡାରେ ଥିବା ଅଂଚଳିକ ପରିବେଶ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହି ଯନ୍ତ୍ରାଂଶ ସବୁ ଲଗାଇବା ସହ ଖାସ୍ କରି ଇଏସପିକୁ ଠିକ ଭାବେ ପରିଚାଳନା କରିବାକୁ କୁହାଯାଇଥିଲା।

ତେବେ ବାରମ୍ବାର ଚିଠି ଦେବା ସହ ୬ମାସ ପାଇଁ ବୋର୍ଡ ପକ୍ଷରୁ ସମୟ ବି ଦିଆଯାଇଥିବା କହିଛନ୍ତି ଆଂଚଳିକ ପରିବେଶ ପ୍ରଦୂଷଣ ଅଧିକାରୀ ଦି‌ପେଶ ବିଶ୍ବାଳ। ପରିବେଶ ପ୍ରଦୁଷଣ ବୋର୍ଡର ନୂଆ ନିୟମ ଅନୁଯାୟୀ ନୂଆ ଯନ୍ତ୍ରାଂଶ ଲଗାଇବାକୁ ପଡ଼ିବ। ଏବଂ ଏହି ଯନ୍ତ୍ରାଂଶ ଜରିଆରେ କଳ ଦ୍ବାରା କେତେ ପରିମାଣର ବାୟୁ ଓ ଜଳ ପ୍ରଦୁଷଣ ହେଉଛି ତାହା ଅନଲାଇନରେ ପ୍ରଦର୍ଶିତ ହେବ। ଏହି ଯନ୍ତ୍ରାଂଶ ସଂପ୍ରତି କାଗଜକଳ ଲଗାଇବା କାମ ଆରମ୍ଭ କରିଛି। ତେବେ ୫ରୁ ୧୦ଦିନ ଯାହା ଲାଗିଲେ ବି ଏହି ଯନ୍ତ୍ରାଂଶ ଲଗାଇବା ପରେ ହିଁ କଳ ପୁର୍ନବାର ଖୋଲିବାକୁ ଏବଂ କାଗଜକଳ ଆବେଦନ କରିଥିବା ପରିବେଶ ପ୍ରଦୂଷଣ ବୋର୍ଡ ପ୍ରମାଣପତ୍ରକୁ ଅନୁମୋଦନ ଦିଆଯିବ ବୋଲି କହିଛନ୍ତି ଅଂଚଳିକ ପରିବେଶ ପ୍ରଦୂଷଣ ଅଧିକାରୀ ଶ୍ରୀ ବିଶ୍ବାଳ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଯନ୍ତ୍ରାଂଶ ଖଂଜା ଚାଳିଛି ବୋଲି କହିଛନ୍ତି କଂପାନୀର ଏଚଆର ମୁଖ୍ୟ ଶ୍ରୀ ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe