Just Energy
ଯାଜପୁର : ପ୍ରଦୂଷଣର ବିଷ ବିଳୟରେ ଯାଜପୁର ଜିଲ୍ଲା। ଇସ୍ପାତ ରାଜଧାନୀ କଳିଙ୍ଗନଗର ସ୍ଥିତି ଅଣାୟତ୍ତ। ଦୁଇ ଦୁଇଟି ବିଧାନସଭା ଗୃହ କମିଟି କଳିଙ୍ଗନଗର ଗସ୍ତ କରି ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି। ସେହିପରି କ୍ରୋମ ଉପତ୍ୟକା କାଳିଆପାଣି ଖଣି ଅଞ୍ଚଳ ଓ ଧର୍ମଶାଳାର କଳାପଥର ଖାଦାନ ଅଞ୍ଚଳରେ ପରିବେଶର ଧ୍ବଂସଲୀଳା ଚରମ ସୀମାରେ ପହଞ୍ଚିଛି। ପ୍ରଦୂଷଣ ପାଇଁ ଲକ୍ଷାଧିକ ଲୋକଙ୍କ ଜୀବନ ଜୀବିକା ବାଜିରେ ଲାଗିଛି। ମୁଷ୍ଟିମେୟ ଠିକାଦାର, ଖଣି ବ୍ୟବସାୟୀ, ଶିଳ୍ପପତି ଓ ପ୍ରଭାବଶାଳୀ ନେତାଙ୍କ ହାତବାରିସି ସାଜିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ। ପ୍ରଦୂଷଣ ସ୍ଥିତି ନେଇ ପରିବେଶବିତ୍ ଉଦ୍ବେଗ ପ୍ରକାଶ କରିବା ସହ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ(ଏନ୍ଜିଟି) ବିଭିନ୍ନ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଦ୍ବାରା ବିକାଶରେ ବାଧା ସୃଷ୍ଟି ହୋଇଛି। ପ୍ରଦୂଷଣକାରୀଙ୍କ ପାଇଁ ଜିଲ୍ଲାର ବିକାଶ ଏବେ କାଠଗଡ଼ାରେ।
ଗତ ୨୦ତାରିଖରେ ଇସ୍ପାତ ରାଜଧାନୀ କଳିଙ୍ଗନଗରକୁ ଗସ୍ତ କରିଥିବା ବିଧାନସଭା ଗୃହ କମିଟି-୨ର ଅଧ୍ୟକ୍ଷ ବିଧାୟକ ମୋହନ ମାଝୀ ଉତ୍ପାଦନକ୍ଷମ ଛଅଟି ବୃହତ୍ ଇସ୍ପାତ କାରଖାନା ଓ ସମସ୍ତ ୩ଟି ସିମେଣ୍ଟ କାରଖାନା ପ୍ରଦୂଷଣ ରେଡ୍-ଏ ଗ୍ରେଡର ଅନ୍ତର୍ଭୁକ୍ତ ବୋଲି ସୂଚନା ଦେଇଥିଲେ। ସେହିପରି ୫ କାରଖାନାର ପ୍ରଦୂଷଣ ରେଡ୍-ବି ଗ୍ରେଡ୍ର ବୋଲି ମଧ୍ୟ ଶ୍ରୀ ମାଝୀ କହିଥିଲେ। ଏହି ତଥ୍ୟକୁ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ସ୍ବୀକାର କରିଛି।
Times of Indiaକାରଖାନାର ଜଳ ପ୍ରଦୂଷଣ ପାଇଁ ଗଣ୍ଡାନାଳର ଜଳ ପ୍ରଦୂଷିତ ହେଉଥିବାରୁ ଶ୍ରୀ ମାଝୀ ଉଦ୍ବେଗ ପ୍ରକାଶ କରିଥିଲେ । ଏହି କମିଟି ଜଳ ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ଏହାର କିଛିଦିନ ପୂର୍ବରୁ ଆସିଥିବା ବିଧାନସଭା ଗୃହ କମିଟି-୧ ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳର ବାୟୁ ପ୍ରଦୂଷଣ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହି କମିଟିର ଅଧ୍ୟକ୍ଷ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ପରିବେଶ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ବନ୍ଧାପଡିଛି
ଗଣ୍ଡାନାଳ ଓ ଡମଶାଳ ଜଳ ପ୍ରଦୂଷଣ ଉଦ୍ବେଗଜନକ
/sambad/media/post_attachments/wp-content/uploads/2022/10/kalinganagar-2-722x430.jpg)
ଅନ୍ୟପକ୍ଷରେ, କଳିଙ୍ଗନଗର ଶିଳ୍ପାଞ୍ଚଳର ଭୂମିପୁତ୍ରମାନ ପ୍ରଦୂଷିତ ପାଣି ପବନ ଯୋଗୁଁ ଅଞ୍ଚଳ ଛାଡ଼ି ପଳାଇବାକୁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଉଛନ୍ତି। ସାରଙ୍ଗପୁରବାସୀ ଲଗାତାର ଏଥିନେଇ ସ୍ବର ଉଠାଇ ଆସୁଥିବା ବେଳେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କଲେଣି।
ଜେଏସ୍ଡବ୍ଲୁର ଦୂଷିତ ପାଣି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପ୍ରଦୂଷଣ ପାଇଁ କଳିଙ୍ଗନଗର ପରିବେଶ ସମ୍ପୂର୍ଣ୍ଣ ବିଗିଡିବାରେ ଲାଗିଛି। ଠିକ୍ ସେହିପରି ଦେଶର ସର୍ବାଧିକ କ୍ରୋମାଇଟ୍ ଗଚ୍ଛିତ ଥିବା ସୁକିନ୍ଦା ବ୍ଲକ୍ କାଳିଆପାଣି କ୍ରୋମ ଉପତ୍ୟକାରେ ବ୍ୟାପକ ପ୍ରଦୂଷଣ ପରିବେଶକୁ ବିପର୍ଯ୍ୟସ୍ତ କରିଦେଇଛି। ଫଳରେ ସ୍ଥାନୀୟ ଜନଜାତି ଲୋକଙ୍କ ବଂଶ ଲୋପ ପାଇବାରେ ଲାଗିଛି। ଯାହାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଏକାଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ସେହିପରି, ଜିଲ୍ଲାର ୨ଟି ସହର ବ୍ୟାସନଗର ଓ ଯାଜପୁର ଟାଉନରେ ପ୍ରଦୂଷଣ ମଧ୍ୟ ଅଣାୟତ୍ତ। ଜିଲ୍ଲାରେ ରେଳପଥ ଓ ଏକାଧିକ ଜାତୀୟ ରାଜପଥ, ରେଲୱେ ସାଇଡିଂ, ଖଣିଜପଥର ଓ ସିମେଣ୍ଟ ପରିବହନ ପାଇଁ ଯାଜପୁର ଜିଲ୍ଲା ବିଷ ବଳୟ ମଧ୍ୟକୁ ଠେଲି ହୋଇଯାଇଛି। ଜିଲ୍ଲାର ଲକ୍ଷାଧିକ ଲୋକ ପ୍ରଦୂଷଣ ଜନିତ ରୋଗରେ ଆକ୍ରାନ୍ତ। ଶହ ଶହ ଶ୍ରମିକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ପରିବେଶବିତ୍ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
Follow Us