ଖଜିରିଆପଲ୍ଲୀରୁ ବଜ୍ରକାପ୍ତା ଉଦ୍ଧାର 

Advertisment
ଖଜିରିଆପଲ୍ଲୀରୁ ବଜ୍ରକାପ୍ତା ଉଦ୍ଧାର 

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ବନ ବିଭାଗ ପକ୍ଷରୁ ଏକ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରି ସ୍ଥାନୀୟ କରାଖୋଲ ଜଙ୍ଗଲରେ ଛଡ଼ାଯାଇଛି। ଗତକାଲି ରାତି ୧୧ଟାରେ ଖଜିରିଆପଲ୍ଲୀ ଗ୍ରାମର ଏମ୍.କୁମାରୀ ରେଡ଼ୀଙ୍କ ଘରେ ଏହି ବଜ୍ରକାପ୍ତାଟି ବୁଲୁଥିଲା।

ଏନେଇ ପରିବାର ଲୋକେ ପୁରୁଷୋତ୍ତମପୁର ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରି ବନପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ଆଜି ତାକୁ ଜଙ୍ଗଲରେ ଛଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe