କଡ଼ାସୁରକ୍ଷାରେ ବୁଥ୍‌ ଅଭିମୁଖେ ଗଲେ ପୁଲିଂ ପାର୍ଟି

Advertisment
କଡ଼ାସୁରକ୍ଷାରେ ବୁଥ୍‌ ଅଭିମୁଖେ ଗଲେ ପୁଲିଂ ପାର୍ଟି

ବାଲେଶ୍ବର: ଶନିବାର ଅପରାହ୍‌ଣରୁ ପୁଲିଂ ପାର୍ଟିମାନେ ଭିଭିପାଟ୍‌ ମେସିନ, କୋଭିଡ କିଟ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ସହ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଛନ୍ତି। ସ୍ଥାନୀୟ ମିସନ ପଡ଼ିଆରୁ କଡ଼ା ସୁରକ୍ଷା ମଧ୍ୟରେ ପୁଲିଂପାର୍ଟିମ‌ାନେ ଯାଇଥିଲେ। ଭୋଟଗ୍ରହଣ ଏବଂ ପରିଚାଳନା ପାଇଁ ୧୮ଶହ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ସହ ଆବଶ୍ୟକ ସୁରକ୍ଷାକର୍ମୀ ମଧ୍ୟ ପଠାଯାଇଛି। ୮୫ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ସେଠାରେ ସିସିକ୍ୟାମେରା ଲଗାଯିବା ସହିତ ସ୍ବତନ୍ତ୍ର ସୁରକ୍ଷା‌ ବ୍ୟବସ୍ଥା କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ୩୪୬ ବୁଥ୍‌ କେନ୍ଦ୍ର କରାଯାଇଛି। ପୁଲିଂପାର୍ଟି ଏବଂ ଭୋଟକେନ୍ଦ୍ରରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆବଶ୍ୟକ ପିପିଇ କିଟ୍‌ ସହ ସା‌ନିଟାଇଜର, ମାସ୍କ, ଗ୍ଲୋବ୍‌ସ, ଥର୍ମୋସ୍କାନ ଏବଂ ଫେସ୍‌ସିଲ୍‌ଡ ଆଦି ପ୍ରଦାନ କରାଯାଇଛି। ଭୋଟ ଗ୍ରହଣବେଳେ ସମସ୍ତେ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ବାରମ୍ବାର ହାତଧୋଇବା ଲାଗି ସଚେତନ କରାଯାଇଛି।

ସେହିପରି ଅଧିକ ପୁଲିଂ ପାଇଁ ୨୦୦ ଜଣଙ୍କୁ ରିଜର୍ଭରେ ରଖାଯାଇଛି। ଆଜି ପ୍ରଚାର ସରିଥିବାବେଳେ ସମ୍ଭାବ୍ୟ ଭୋଟ କିଣାବିକା ଉପରେ ନିର୍ବାଚନ ପର୍ଯ୍ୟବେକ୍ଷକ କଡ଼ା ନଜର ରଖିଛନ୍ତି। ଆଇନଶୃଙ୍ଖଳା ରକ୍ଷା ଲାଗି ପୁଲିସ ମଧ୍ୟ ସତର୍କ ରହିଥିବା ସୂଚନା ଦିଆଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବିଭିନ୍ନ ଅଂଚଳ ପରିଦର୍ଶନ କରି ଆଇନଶୃଙ୍ଖଳା ସ୍ଥିତି ତଦାରଖ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe