ବେସରକାରୀ ସ୍କୁଲରେ ପଢ଼ିବେ ଗରିବ ପିଲା, ଲଟେରିରେ ଚୟନ ହେଲେ ୩୬୦୯

Advertisment
ଶିକ୍ଷାନୁଷ୍ଠାନ ଖୋଲିଲା, ଆସୁନାହାନ୍ତି ଛାତ୍ରଛାତ୍ରୀ; ମାଟ୍ରିକ୍‌ରେ ୪୪%, ଯୁକ୍ତ ଦୁଇରେ ୪୦% ଉପସ୍ଥାନ

Photo: India TV

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷାବର୍ଷରେ ବେସରକାରୀ ସ୍କୁଲରେ ନାମ ଲେଖାଇବେ ୩୬୦୯ ଜଣ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ। ଶିକ୍ଷା ଅଧିକାର ଆଇନ(ଆରଟିଇ) ୨୦୦୯ର ଧାରା ୧୨(୧)-ଗ ଅନୁଯାୟୀ ଚଳିତବର୍ଷ ଉକ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ବାନ କରାଯାଇଥିଲା। ଫେବ୍ରୁଆରିରୁ ଜୁଲାଇ ମଧ୍ୟରେ ୫୯୭୦ ଛାତ୍ରଛାତ୍ରୀ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ।

ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ମାନେ ସେଗୁଡ଼ିକର ପ୍ରମାଣପତ୍ର ଯାଞ୍ଚ କରିବା ପରେ ୩୮୩୯ ଆବେଦନକୁ ଯୋଗ୍ୟ ବିବେଚିତ କରିଥିଲେ। ଯୋଗ୍ୟ ଆବେଦନଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରି କରାଯାଇଥିଲା ଏବଂ ୩୬୦୯ ଛାତ୍ରଛାତ୍ରୀଙ୍କ ନାମକୁ ସଂପୃକ୍ତ ବିଇଓଙ୍କ ନିକଟକୁ ପଠାଯାଇଛି। ବର୍ତ୍ତମାନ ବିଇଓମାନେ ସମ୍ପୃକ୍ତ ବେସରକାରୀ ସ୍କୁଲଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପଠାଇବେ। ଜୁଲାଇ ୨୩ରୁ ୩୧ ମଧ୍ୟରେ ସ୍କୁଲଗୁଡ଼ିକରେ ନାମ ଲେଖାଯିବ। ଏହାପରେ ବେସରକାରୀ ସ୍କୁଲଗୁଡ଼ିକରେ ଖାଲିଥିବା ସିଟ୍‌ ପାଇଁ ଅଗଷ୍ଟ ୧ରୁ ୧୦ ମଧ୍ୟରେ ପୁଣିଥରେ ଆବେଦନ ଗ୍ରହଣ କରାଯିବ। ଛାତ୍ରଛାତ୍ରୀ ଓ ଅଭିଭାବକ www.rteparadarshi.odisha.gov.in ରେ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe