ମୁହଁରେ ବଢ଼ୁଛି ମାଂସ ପିଣ୍ଡୁଳା, ଗରିବ ଯୁବତୀଙ୍କ ଅସ୍ତ୍ରୋପଚାର ପାଇଁ ସହାୟତା ଲୋଡ଼ା

Advertisment

ଭୁବନେଶ୍ବର : କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ର କଖଡ଼ି ଗ୍ରାମର ଦୀପ୍ତିମୟୀ ସାହୁ ଜଣେ ଗରିବ ଯୁବତୀ। ସେ ପ୍ଲେକ୍ସିଫର୍ମ ନେଉରୋଫିବ୍ରୋମା ରୋଗରେ ଆକ୍ରାନ୍ତ। ପିଲାବେଳୁ ରୋଗର କୌଣସି ଲକ୍ଷଣ ନ ଥିବାବେଳେ ୭ମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମେ ତାଙ୍କ ଆଖି ପାଖରେ ମାଂସ ବଢ଼ିଥିଲା। ଡାକ୍ତର ତାକୁ ଟ୍ୟୁମର କହି ଅପରେସନ୍‌ କରିଥିଲେ। ହେଲେ କିଛି ବର୍ଷ ପରେ ତାହା ପୁଣି ବଢ଼ିଲା। ଏବେ ତାହାର ଆକାର ଏପରି ହୋଇଛି ଯେ ସେ ପାଟି ଖୋଲିପାରୁ ନାହାନ୍ତି। ଏହି ରୋଗ ଯୋଗୁଁ ଦୃଷ୍ଟିଶକ୍ତି ବି ହରାଇଛନ୍ତି। ଖାଇବାରେ ଅସୁବିଧା ହେଉଛି। ଠିକ୍‌ ଭାବେ ନିଶ୍ବାସ ପ୍ରଶ୍ବାସ ମଧ୍ୟ ନେଇ ପାରୁ ନାହାନ୍ତି। ବାପାଙ୍କ ମୃତ୍ୟୁ ପରେ ଘରେ ବିଧବା ମା ଏବଂ ଭାଇ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ତାଙ୍କର ରୋଗ ଦିନକୁ ଦିନ ବଢ଼ିଚାଲିଥିଲା।

ତେବେ ଏହା ଜାଣିବା ପରେ ଓଜସ୍ବୀ ଫାଉଣ୍ଡେସନ୍‌ ସହଯୋଗର ହାତ ବଢ଼ାଇଛି। ତାଙ୍କୁ ବିଭିନ୍ନ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା। ସମ୍ପ୍ରତି ଓଜସ୍ବୀ ସହାୟତାରେ ଦୀପ୍ତିମୟୀଙ୍କୁ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲରେ ବେଡ୍ ନଂ-୫୦୦୬ରେ ଚିକିତ୍ସା କରାଯାଉଛି। ସେଠାରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଅସ୍ତ୍ରୋପଚାର ସଫଳ ହେବ ବୋଲି ଡାକ୍ତରମାନେ ଆଶ୍ବାସନା ଦେଇଛନ୍ତି। ଏହି ବ୍ୟୟବହୁଳ ଅସ୍ତ୍ରୋପଚାର ପାଇଁ ଟଙ୍କା ଯୋଗାଡ଼ କରିବା ସମ୍ଭବ ହେଉନାହିଁ। ଯଦି କୌଣସି ବଦାନ୍ୟ ବ୍ୟକ୍ତି ଦୀପ୍ତିମୟୀଙ୍କୁ ସହାୟତାର ହାତ ବଢ଼ାଇବାକୁ ଚାହାନ୍ତି, ତେବେ ଆମ୍ରି ହସ୍ପିଟାଲ୍‌ ବେଡ୍‌ ନଂ-୫୦୦୬ କିମ୍ବା ଆକାଉଣ୍ଟ ନମ୍ବର-୭୪୧୫୦୧୦୧୧୦୦୧୧୨୩, ଏଫ୍ସି କୋଡ୍‌-VIJB0007515(ବିଜୟା ବ୍ୟାଙ୍କ) କିମ୍ବା ମୋବାଇଲ୍‌ ନମ୍ବର ୯୫୮୩୨୯୧୨୭୪ ସହ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe