ଖୋର୍ଦ୍ଧା ପୌର ପ୍ରଶାସନ, ଖାଦ୍ୟ ନିରୀକ୍ଷକଙ୍କ ଯୁଗ୍ମ ଯାଂଚ, ୧ କ୍ୱିଂଟାଲ୍ ନିମ୍ନମାନର ଖାଦ୍ୟ ନଷ୍ଟ କଲେ  

ଖୋର୍ଦ୍ଧା ପୌର ପ୍ରଶାସନ, ଖାଦ୍ୟ ନିରୀକ୍ଷକଙ୍କ ଯୁଗ୍ମ ଯାଂଚ, ୧ କ୍ୱିଂଟାଲ୍ ନିମ୍ନମାନର ଖାଦ୍ୟ ନଷ୍ଟ କଲେ  

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ମାଳମାଳ ଫାଷ୍ଟଫୁଡ, ଠେଲା ଖାଦ୍ୟ ଦୋକାନ, ମିଠା ଦୋକାନ, ହୋଟେଲ୍। କିନ୍ତୁ କିଏ ଏନେଇ ଅନୁମତି ନେଇଛି, କେଉଁ ଖାଦ୍ୟ ଲୋକଙ୍କୁ ପରଷୁଛି ସେନେଇ ପୌର ପ୍ରଶାସନ କିମ୍ବା ଖାଦ୍ୟ ନିରୀକ୍ଷକଙ୍କ ଏଥିପ୍ରତି ନିଘା ନଥିଲା। ଆଜି ପ୍ରାୟ ୫ ବର୍ଷ ପରେ ସହରରେ ଅପମିଶ୍ରିତ ଖାଦ୍ୟ ନେଇ ଚେତା ପଶିଲା। ଖାଦ୍ୟ ନିରାପତ୍ତା ବିଭାଗ ଓ ପୌର ପ୍ରଶାସନ ପକ୍ଷରୁ ଯୁଗ୍ମଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧ କ୍ୱିଂଟାଲ୍ ନିମ୍ନମାନର ଖାଦ୍ୟ ନଷ୍ଟ କରାଯାଇଛି।

ସହରରେ ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି କରାଯାଉଥିବା ନେଇ ବିଭିନ୍ନ ସମାଜିକ ସଂଗଠନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା। ଆଜି ଏହି ଅଭିଯୋଗ ପରେ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବାହ୍ଣ ପ୍ରାୟ ୧୦ଟାରୁ ଖାନ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ୍ ଓ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ସହରର ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ଉ କରିଥିଲେ। ବିକ୍ରି କରାଯାଉଥିବା ଖାଦ୍ୟ ସମଗ୍ରୀର ମାନ ଯାଂଚ କରିଥିଲେ ଆଜି ୧୨ଟି ଜଳଖିଆ ଦୋକାନ, ମିଷ୍ଟାନ୍ନ ଦୋକନର ଖାଦ୍ୟ, ଫ୍ରିଜରେ ଥିବା ଖାଦ୍ୟ, ସସ୍ ଆଦିଗୁଡ଼ିକ ଯାଂଚ କରାଯାଇଥିଲା, ଯେଉଁ ଦୋକାନରେ ବାସୀ ମିଠା ଓ ଖାଦ୍ୟ ରହିଥିଲା ସେଗୁଡ଼ିକୁ ନଷ୍ଟ କରାଯାଇଥିଲା ଏହା ସହ କେତେକ ଦେକାନୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା।

publive-image

ଏନେଇ ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ପଟେଲ୍ କହିଛନ୍ତି ଯେ ଆଜିର ଯାଂଚ ପରେ ସହରର ସମସ୍ତ ରନ୍ଧା ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ସଚେତନ ହୋଇଛନ୍ତି। ଅନେକ ଦୋକାନୀଙ୍କୁ ତାଗିଦ ଓ ଚେତାବନୀ ଦିଆଯାଇଛି। ପରବର୍ତୀ ସମୟରେ ମଧ୍ୟ ଏଭଳି ଯାଂଚ କରାଯିବ ଯଦି ସେହି ସମୟରେ ପୁଣି ଧରାପଡ଼ନ୍ତି। ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe