କଳାହାଣ୍ଡିରେ ମହୁଲ ଫୁଲର ଅଭାବୀ ବିକ୍ରି: ସହାୟକ ଦର ୨୫ଟଙ୍କା, ବିକୁଛନ୍ତି ୧୦ ଟଙ୍କାରେ

Advertisment

କଳାହାଣ୍ଡି ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ସହାୟକ ଦର ଧାର୍ଯ୍ୟ କରାଯାଇଥିବା ୭୨ଟି ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ରହିଛି।

କଳାହାଣ୍ଡି ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ସହାୟକ ଦର ଧାର୍ଯ୍ୟ କରାଯାଇଥିବା ୭୨ଟି ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ରହିଛି।

sffsfsxcc

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ସହାୟକ ଦର ଧାର୍ଯ୍ୟ କରାଯାଇଥିବା ୭୨ଟି ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ରହିଛି। ପଞ୍ଚାୟତ ପକ୍ଷରୁ ମହୁଲ ଫୁଲର ସର୍ବନିମ୍ନ ସହାୟକ ଦର କେଜି ପ୍ରତି ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର କଳାହାଣ୍ଡି ଜିଲ୍ଲାରେ ଏହାର ବଜାର ଅଭାବରୁ ମାତ୍ର ୧୦ ରୁ ୧୫ ଟଙ୍କାରେ କେଜି ପିଛା ବିକ୍ରି ହେଉଛି। ପର୍ଯ୍ୟାପ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକେ ମହୁଲକୁ ମହଜୁଦ ରଖିପାରୁ ନାହାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ମହିଳା ଏସ୍‌ଏଚ୍‌ଜିଙ୍କୁ ଏହାର କ୍ରୟ ଦାୟିତ୍ୱ ଦିଆଯିବାକୁ ଥିଲେ ମଧ୍ୟ ଦଲାଲ ଓ ଅବକାରୀ ବିଭାଗର ମସୁଧା ଯୋଗୁଁ ଏହା କାର୍ଯ୍ୟକାରୀ ହେଉନି। 

ଦଲାଲଙ୍କ ଗୋଦାମରେ ଅବକାରୀ ବିଭାଗର ପକ୍ଷରୁ ଚଢ଼ଉ କରାଯାଉ ନାହିଁ। ଓଲଟା ସେମାନଙ୍କ ଠାରୁ ହାତଗୁଞ୍ଜା ନେଇ ଦେଶୀ ମଦଭାଟିକୁ ସୁହାଇଲା ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଗରିବ ଲୋକଙ୍କ ପାଇଁ ମହୁଲ ସଂଗ୍ରହ ଜୀବନ ଜୀବିକା ପାଲଟିଥିବାବେଳେ ଦଲାଲଙ୍କ ଯୋଗୁଁ ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି। କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଇବା ସହିତ ମଦରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଛି। ଜିଲ୍ଲାର ଜୁନାଗଡ଼, ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ମଦନପୁର ରାମପୁର, କୋକସରା, ଜୟପାଟଣା, ଲାଞ୍ଜିଗଡ଼, କଲମପୁର, ନର୍ଲା ବ୍ଲକ ସମେତ ଦୁର୍ଗମ ଅଞ୍ଚଳରେ ଥିବା ଗାଁ ମାନଙ୍କରୁ ଆଦିବାସୀମାନେ ମହୁଲ ସଂଗ୍ରହ କରିଥାନ୍ତି। ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେ କିଛି ଲୋକଙ୍କୁ ରଖି ଆଗୁଆ କମ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି। ମହୁଲ କ୍ରୟ ଓ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ କିଛି ସରକାରୀ କର୍ମଚାରୀଙ୍କୁ ନେଇ କମିଟି ହେବାକୁ ଥିବାବେଳେ ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଛି। ସେହି କମିଟିରେ ମୂଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ହେବା ପରେ ନିର୍ଦେଶନାମା ଜାରି କରିବା ନିୟମ ରହିଛି ଏବଂ ଏଥିପାଇଁ କ୍ରେତାମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ଉଚିତ। ମାତ୍ର ସେପରି ହେଉନାହିଁ। ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଲେ ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe